ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ନବରାତ୍ରି ପୂଜାର୍ଚ୍ଚନା: ଭଣ୍ଡାରଘରଣୀ ମନ୍ଦିରରେ ଦାଣ୍ଡିଆ ନୃତ୍ୟ - ଭଣ୍ଡାରଘରଣୀ ମନ୍ଦିରରେ ଦାଣ୍ଡିଆ ନୃତ୍ୟ

ପବିତ୍ର ପାର୍ବଣ ଆଗମନ ସହ ଆରମ୍ଭ ହୋଇଛି ମା'ଙ୍କ ନବରାତ୍ରି ପୂଜାର୍ଚ୍ଚନା । ଏହି ଅବସରରେ ନବରରଙ୍ଗପୁର ସହର ମଧ୍ୟରେ ଥିବା ମା ଭଣ୍ଡାରଘରଣୀ ମନ୍ଦିରରେ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Oct 5, 2019, 4:19 PM IST

Updated : Oct 5, 2019, 4:43 PM IST

ନବରଙ୍ଗପୁର: ପବିତ୍ର ପାର୍ବଣ ଆଗମନ ସହ ଆରମ୍ଭ ହୋଇଛି ମା'ଙ୍କ ନବରାତ୍ରି ପୂଜାର୍ଚ୍ଚନା । ଏହି ଅବସରରେ ନବରରଙ୍ଗପୁର ସହର ମଧ୍ୟରେ ଥିବା ମା ଭଣ୍ଡାରଘରଣୀ ମନ୍ଦିରରେ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଅନୁଷ୍ଠିତ ହେଇଛି ଦାଣ୍ଡିଆ ନାଚ। ପରମ୍ପରା ଅନୁଯାୟୀ ଏହି ନୃତ୍ୟ ଦ୍ଵାରା ମା ଦୁର୍ଗାକୁ ପ୍ରତିବର୍ଷ ଆମନ୍ତ୍ରଣ କରାଯାଇଥାଏ । ସହରର ଛାତ୍ରୀମାନେ ଏଠାରେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ମା ଭଣ୍ଡାରଘରଣୀ ମନ୍ଦିରରେ ନବରାତ୍ର ପୂଜାର୍ଚ୍ଚନା ଚାଲିଥିବାବେଳେ ଏହି ଦାଣ୍ଡିଆ ନାଚ ଦେଖିବାପାଇଁ କୋଣ ଅନୁକୋଣରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଦାଣ୍ଡିଆ ନୃତ୍ୟ ଦେଖି ଭକ୍ତମାନେ ବେଶ ଆନନ୍ଦିତ ଥିବା କହିଛନ୍ତି ।

ଏପଟେ ଏନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିଭଳି ମନ୍ଦିର କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆଗକୁ ହେବାର ଅଛି ବୋଲି ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Oct 5, 2019, 4:43 PM IST

ABOUT THE AUTHOR

...view details