ନବରଙ୍ଗପୁର:ଝରିଗୁଡ଼ାରେ ପୋଲିସ ଉପରେ ଆକ୍ରମଣ ଘଟଣା । ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନଙ୍କୁ ଗିରଫ କଲା ଡ଼ାବୁଗାଁ ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ସୁନାଧର ହରିଜନ । ସୂଚନା ଅନୁଯାୟୀ ଗତ ୧୯ ତାରିଖରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଝରିଗୁଡ଼ା ଗ୍ରାମକୁ ଡ଼ାବୁଗାଁ ପୋଲିସ ଯାଇଥିଲା । କିନ୍ତୁ ସେଠାରେ ମହିଳାଙ୍କ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡି ନଥିଲେ ପରିବାର ଲୋକେ ।
ତଦନ୍ତ କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ - ଝରିଗୁଡ଼ାରେ ପୋଲିସ ଉପରେ ଆକ୍ରମଣ
ଝରିଗାଁ ବ୍ଲକ ଝରିଗୁଡ଼ା ଗାଁରେ ଅଭିଯୁକ୍ତକୁ ସୁରକ୍ଷା ଦେଇ ଗିରଫ ବେଳେ ମାଡ଼ ଖାଇଲା ପୋଲିସ । ପୋଲିସକୁ ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ
ଏହାପରେ ଅଭିଯୁକ୍ତ କୁହାଯାଉଥିବା ମହିଳାଙ୍କ ସ୍ବାମୀ ସୁଶିଲ ନାଗଙ୍କୁ ଗିରଫ କରି ପୋଲିସ ଗାଡି ନିକଟକୁ ନେଉଥିବା ସମୟରେ ସେଠାରେ ଥିବା ଉତ୍ତ୍ୟକ୍ତ ଲୋକେ ପ୍ରଥମେ ସୁଶିଲ ନାଗ ଉପରେ ଆକ୍ରମଣ କରିଥିଲେ । ପରେ ପୋଲିସ ତାକୁ ଜାଣି ଶୁଣି ଲୁଚାଇ ରଖିବାରୁ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ ।
ଏଥିରେ ଡ଼ାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ସହ ଦୁଇ ଜଣ SI ଆହତ ହୋଇଥିଲେ । ଏହି ମାମଲାରେ ଜଡିତ ରହିଥିବା ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନଙ୍କୁ ଡ଼ାବୁଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ୪୦ ଜଣ ଏଥିରେ ସଂପୃକ୍ତ ରହିଛନ୍ତି ଓ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଦୁଇ ଜଣ ମହିଳା ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ କହିଛନ୍ତି ।
TAGGED:
ଝରିଗୁଡ଼ାରେ ପୋଲିସ ଉପରେ ଆକ୍ରମଣ