ଓଡିଶା

odisha

ETV Bharat / state

କୋମାରେ ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର

ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ବହୁତ ସମସ୍ୟା ଦେଇ ଗତି କରୁଛି । ଏନେଇ ଆଜି ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଚିକିତ୍ସାଳୟର ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Aug 25, 2019, 11:43 PM IST

ନବରଙ୍ଗପୁର: ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ବହୁତ ସମସ୍ୟା ଦେଇ ଗତି କରୁଛି । ଆଜି ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ବିଦ୍ୟୁତ ଶେଖର ମିଶ୍ର ଓ ପ୍ରାଣୀ ଚିକିତ୍ସକ ସରସ୍ଵତୀ ସାହୁ ଏବଂ ଏଲଆଇ ବିଜୟ କୁମାର ବାରିକ, ଏଲଆଇ ରାକେଶ କୁମାର ଶିବ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଚିକିତ୍ସାଳୟର ଏହି ସମସ୍ୟା ଗୁଡ଼ିକ ମଧ୍ୟରେ ପାନୀୟ ଜଳ, ଚିକିତ୍ସା କେନ୍ଦ୍ରର ପାଚେରୀ, ମୁଖ୍ୟ ଫାଟକ, ଶୌଚାଳୟ, ସାଙ୍ଗକୁ କର୍ମଚାରୀ ଅଭାବ ରହିଛି । ଏଥିସହିତ ଅଫିସ କାର୍ଯ୍ୟାଳୟରେ ବର୍ଷା ପାଣି ଝରୁଥିବା ବେଳେ ପ୍ରାଣୀ ଚିକିତ୍ସା ସେବାରେ ମଧ୍ୟ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି । ଚିକିତ୍ସାଳୟର ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ନିକଟରେ ବାରମ୍ବାର ଦାବି ହେଉଛି । କିନ୍ତୁ କୌଣସି ସୁଫଳ ମିଳିନାହିଁ । ଯଦି ଖୁବ ଶୀଘ୍ର ଚିକିତ୍ସାଳୟରେ ଥିବା ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଡାବୁଗାଁ ଜନସାଧାରଣ ରାଜରାସ୍ତାରେ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details