ଓଡିଶା

odisha

ETV Bharat / state

ନବରଙ୍ଗପୁର ପରିଦର୍ଶନରେ ମୁଖ୍ୟ ଶାସନ ସଚିବ, କୋରୋନା ସ୍ଥିତିର କଲେ ସମୀକ୍ଷା - ଶାସନ ସଚିବ ସୁରେଶ ମହାପାତ୍ର

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି(ସୋମବାର) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି। ଅଧିକ ପଢନ୍ତୁ...

ନବରଙ୍ଗପୁର ପରିଦର୍ଶନରେ ମୁଖ୍ୟ ଶାସନ ସଚିବ
ନବରଙ୍ଗପୁର ପରିଦର୍ଶନରେ ମୁଖ୍ୟ ଶାସନ ସଚିବ

By

Published : May 31, 2021, 11:49 AM IST

ନବରଙ୍ଗପୁର: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି(ସୋମବାର) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି। ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ସ୍ଥାନୀୟ ସର୍କିଟ ହାଉସ ପଡିଆରେ ଓହ୍ଲାଇବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସର୍କିଟ ହାଉସର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର, ନବରଙ୍ଗପୁର ଏସପି ପ୍ରହ୍ଲାଦ ସାହାଇ ମିନା ଓ ନବରଙ୍ଗପୁର ସିଡିଏମଓ ଶୋଭାରଣୀ ମିଶ୍ରଙ୍କ ସହ ନବରଙ୍ଗପୁର ଜିଲ୍ଲାର କୋଭିଡ ପରିସ୍ଥିତିର ସାମ୍ପ୍ରତିକ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ।

ନବରଙ୍ଗପୁର ପରିଦର୍ଶନରେ ମୁଖ୍ୟ ଶାସନ ସଚିବ

ପରେ ନବରଙ୍ଗପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖି ଥିଲେ। ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରାଧିନ ହୋଇଥିବା ବେଳେ କୋଭିଡ ମେଡିକାଲର ସ୍ବାସ୍ଥ୍ୟସେବାକୁ ନେଇ ରୋଗୀ ଖୁସି ଅଛନ୍ତି । ନବରଙ୍ଗପୁର ଜିଲ୍ଲାରେ RT-PCR ଟେଷ୍ଟ ମେସିନ ଆସି ପହଞ୍ଚିଛି । ଜିଲ୍ଲାରେ ଗୋଟିଏ ଦିନରେ ୬ ଶହ କୋଭିଡ ପରୀକ୍ଷା କରାଯିବ । ଖୁବ ଶୀଘ୍ର ନବରଙ୍ଗପୁରରେ 2 ମାସ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ ହେବାକୁ ଯାଉଛି । ଏଥିସହ ନବରଙ୍ଗପୁର ଜିଲ୍ଲାକୁ ଅଧିକ ଭ୍ୟାକ୍ସିନ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details