ନବରଙ୍ଗପୁର: ଯୁବ ବ୍ୟବସାୟୀଙ୍କ ନିଆରା ସହାୟତା । କୋରୋନା ମହାମାରୀ ଯୁଦ୍ଧରେ ନିଜର ସହଭାଗିତା ପାଇଁ ଅନେକ ବ୍ୟକ୍ତି ବିଶେଷ ନିଜ ନିଜ ଢଙ୍ଗରେ ସହଯୋଗର ହାତ ବଢ଼ାଇ ସମାଜ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି । କିଏ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି ତ କିଏ ଗରିବ ଜନସାଧାରଣଙ୍କୁ ଆହାର ଯୋଗାଉଛନ୍ତି । ପୁଣି କେହି କେହି ଲୋକଙ୍କ ମଧ୍ୟରେ ମାସ୍କ ବଣ୍ଟନ କରୁଛନ୍ତି ।
ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦଣ୍ଡାମୁଣ୍ଡା ଗ୍ରାମର ଯୁବ ବ୍ୟବସାୟୀ ମହମ୍ମଦ ସାହିଲ କୋରୋନା ଲଢେଇର ଯୋଦ୍ଧା ସାଜିଥିବା ଓ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ , ବିଦ୍ୟୁତ୍ ବିଭାଗ କର୍ମଚାରୀ , ଜଳଯୋଗାଣ କର୍ମଚାରୀ , ଚନ୍ଦାହାଣ୍ଡି ବ୍ଲକର ସମସ୍ତ ସାମ୍ବାଦିକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭଳି ଶତାଧିକ ବ୍ୟକ୍ତିଙ୍କ ମୋବାଇଲକୁ ଦୁଇ ଶହ ଟଙ୍କାର ମାସିକ ରିଚାର୍ଜ କରି ଅଭିନବ ଭାବେ ସାହାଯ୍ୟର ହାତ ବଢାଇଛନ୍ତି ।