ଓଡିଶା

odisha

ETV Bharat / state

କୋରୋନା ଦେଲା ନୂଆ ଜୀବନ, 15 ବର୍ଷ ପରେ ମିଳିଲା ହଜିଲା ପୁଅର ଖବର - ଗୁଜରାଟର ଅହମଦାବାଦ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦଳବେଡ଼ା ଗ୍ରାମର ଅମୃତ ମାଝୀଙ୍କ ପୁଅ ଭୁବନେ ମାଝୀ ନାମକ ଯୁବକ କର୍ମ ସଂସ୍ଥାନ ଲକ୍ଷରେ ଆଜିକୁ ପ୍ରାୟ ୧୫ ବର୍ଷରୁ ଊର୍ଦ୍ଧ ସମୟ ହେବ ବାହାର ରାଜ୍ୟକୁ ଚାଲିଯାଇଥିଲେ ଯେ ତାଙ୍କର କୌଣସି ଖୋଜ ଖବର ନଥିଲା । ହେଲେ କୋରୋନା ପାଇଁ ଏବେ ସେ ନିଜ ପୁଅର ଖବର ପାଇଛନ୍ତି । ଅଧିକ ପଢନ୍ତୁ...

covid19-gave-her-new-life-and-fifteen-years-later-her-lost-son-was-found
କୋରୋନା ଦେଲା ନୂଆ ଜୀବନ, 15 ବର୍ଷ ପରେ ମିଳିଲା ହଜିଲା ପୁଅର ଖବର

By

Published : May 4, 2020, 10:45 PM IST

ନବରଙ୍ଗପୁର: କୋଭିଡ୍ ୧୯ର ବିତ୍ପାତରେ ସାରା ବିଶ୍ଵ ସ୍ତବ୍ଧ ହୋଇପଡିଥିବା ବେଳେ ସମ୍ପ୍ରତି ସାରା ବିଶ୍ଵ ଲକଡାଉନ୍ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ଏହି ମହାମାରୀର ମୁକାବିଲା କରୁଛି । ଏହି କ୍ରମରେ ଭାରତରେ ମଧ୍ୟ ପ୍ରଥମ ଦ୍ଵିତୀୟ ଲକଡାଉନ୍ ଅବଧି ସରିବା ପରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ରହିଛି ।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦଳବେଡ଼ା ଗ୍ରାମର ଅମୃତ ମାଝୀ ଓ ଧନବାଲି ମାଝୀଙ୍କ ପୁଅ ଭୁବନେ ମାଝୀ ନାମକ ଯୁବକ କର୍ମ ସଂସ୍ଥାନ ଲକ୍ଷ୍ୟରେ ଆଜିକୁ ପ୍ରାୟ ୧୫ ବର୍ଷରୁ ଊର୍ଦ୍ଧ ସମୟ ହେବ ବାହାର ରାଜ୍ୟକୁ ଚାଲିଯାଇଥିଲେ ଯେ ତାଙ୍କର କୌଣସି ଖୋଜ ଖବର ନଥିଲା । ଦିନ ପରେ ଦିନ ଗଣି ଗଣି ବୃଦ୍ଧ ବାପା ମାଆ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ହେଁ ଫଳ କିଛି ମିଳିଲା ନାହିଁ ଦୀର୍ଘ ବର୍ଷର ଅପେକ୍ଷା ପରେ ତାଙ୍କ ପୁଅ ଆଉ ଘରକୁ ଫେରିଲା ନାହିଁ । ଶେଷରେ ତାଙ୍କ ମନକୁ ପାପ ଛୁଇଁଲା ପୁଅର କୌଣସି ଖୋଜଖବର ନମିଳିବାରୁ, ଜୀବନର ଅପରାହ୍ନରେ ଏହି ବୃଦ୍ଧ ପିତା ମାତା ଆଉ ପୁତ୍ରର ଫେରିବା ଆଶା ପରିତ୍ୟାଗ କରି କାଳେ ସେ ଏହି ଦୁନିଆରେ ଆଉ ନଥିବ ଭାବି ସାମାଜିକ ରୀତି ପ୍ରକାରେ ତାର ଦଶା କାର୍ଯ୍ୟ ମଧ୍ୟ ସମାପନ କରି ଦେଇଥିଲେ । ହେଲେ ସମୟ ଖେଳ କିନ୍ତୁ କିଛି ଅଲଗା ଥିଲା । କୋଭିଡ ୧୯ ପାଇଁ ସାରା ବିଶ୍ବ ଜୀବନ ବିକଳରେ ଚିତ୍କାର କରୁଥିବା ବେଳେ ଯେଉଁ ପୁଅକୁ ମୃତ ଭାବି ପରିବାର ଲୋକେ ତାର ଶେଷ ସଂସ୍କାର କରି ସାରିଥିଲେ ତାର ଜୀବିତ ଥିବା ଖବର ପାଇଁ ଖୁସିରେ ଭାବବିହ୍ବଳ ହୋଇଉଠିଛନ୍ତି।

କୋରୋନା ଦେଲା ନୂଆ ଜୀବନ, 15 ବର୍ଷ ପରେ ମିଳିଲା ହଜିଲା ପୁଅର ଖବର

ଓଡ଼ିଶା ସରକାର ନିଜ ରାଜ୍ୟର ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଯୋଗଯୋଗ କରିବା ଦ୍ବାରା ଗୁଜରାଟର କାମଷ୍ଟୋର ନାମକ ଏକ ଘରୋଇ କମ୍ପାନୀରେ ଏହି ନିଖୋଜ ଯୁବକ ଭୁବନେ ମାଝୀ କାର୍ଯ୍ୟ କରୁଥିବା ନଜରକୁ ଆସିଥିଲା । ଏହାପରେ ଏହି ଯୁବକ ଜଣକ କୌଣସି ପ୍ରକାରେ ନବରଙ୍ଗପୁର ସାଂସଦ ରମେଶ ମାଝିଙ୍କୁ ଯୋଗାଯୋଗ କରିବା ପରେ ସାଂସଦ ମାଝୀ ଚନ୍ଦାହାଣ୍ଡି ବ୍ଲକ୍ ପୂର୍ବତନ ଅଧକ୍ଷ ନୃସିଂହ ମାଝୀ ତଥା ତାଙ୍କ ପତ୍ନୀ ଦଳ ବେଡ଼ ସରପଞ୍ଚ ସସ୍ମିତା ମାଝୀଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ ଓ ଏହି ଯୁବକ ଜଣକ ସରପଞ୍ଚ ସସ୍ମିତା ମାଝିଙ୍କ ସହାୟତାରେ ତାଙ୍କ ପିତା ମାତାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ । ଏବେ ପରିବାର ଲୋକେ ପୁଅ ସହ କଥା ହୋଇ ଖୁସିରେ ଆତ୍ମବିଭୋର ହୋଇପଡିଥିଲେ । କହିବାକୁ ଗଲେ କୋରୋନା ଏହି ପରିବାର ପ୍ରତି ଏକ ନୂଆ ଜୀବନ ଆଣିଦେଇଛି ସତେଯେମିତି କି ହଜିଲା ପଉଅ ବାହୁଡ଼ି ଆସିଛି ।

ବର୍ତ୍ତମାନ ଗୁଜରାଟର ଅହମଦାବାଦରେ ଫସି ରହିଥିବା ଭୁବନେ ମାଝୀ ପାଖରେ ଓଡ଼ିଶାର ଆଧାର କାର୍ଡ କିମ୍ବା କୌଣସି ଆବଶ୍ୟକୀୟ କାଗଜ ପତ୍ର ନଥିବାରୁ ସେ ଏଠାକୁ ଆସିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ମାନଙ୍କୁ ଫୋନ୍ ଯୋଗେ ପ୍ରକାଶ କରିଛନ୍ତି । ଏ ନେଇ ସରକାର ତଥା ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ କରି ନିଜ ପୁଅକୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ପରିବାର ବର୍ଗ ଆକୁଳ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details