ନବରଙ୍ଗପୁର: କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ ଅଭିଯୋଗ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ମହକୁମା ଡ଼ଙ୍ଗରଭେଜାରେ ଥିବା ମେଡିକାଲରେ କାର୍ଯ୍ୟରତ ଥିଲେ ଇନ୍ଦ୍ରାବତୀ ସହରର ଶରତ ହିଆଲ l କୋରୋନା ମହାମାରୀରେ କଠିନ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗେଇ ଜଣେ କର୍ତ୍ତବ୍ୟନିଷ୍ଠ କୋଭିଡ ଯୋଦ୍ଧା ଭାବେରେ କାର୍ଯ୍ୟ କରି ଆସୁଥିଲେ l କିଛି ଦିନ ତଳେ ତାଙ୍କ ପରିବାର ସଦସ୍ୟଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଦିନେ ଗୃହ ସଙ୍ଗରୋଧରେ ଥିଲେ l ହଠାତ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବନ୍ଧୁ ପରିଜନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l
ମାତ୍ର ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା l ଦୀର୍ଘ ସମୟ ଧରି ତାଙ୍କର ମରଶରୀର ସେମିତି ପଡି ରହିଥିଲା l ଉକ୍ତ ଘଟଣାକୁ କେନ୍ଦ୍ରକରି ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା l