ଓଡିଶା

odisha

ETV Bharat / state

ନବରଙ୍ଗପୁରରେ କୋଭିଡ ଟିକାର ଡ୍ରାଏ୍ ରନ୍: ପ୍ରଥମ ପର୍ଯ୍ୟାୟରେ 9 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଟିକାକରଣ ହେବ - ନବରଙ୍ଗପୁରରେ କୋଭିଡ ଟିକାର ଡ୍ରାଏ୍ ରନ୍

କୋରୋନା ଟିକା ପ୍ରଦାନ କରିବା ପୂର୍ବରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ କୋରୋନା ଟୀକାକରଣ ପାଇଁ ଡ୍ରାଏ୍ ରନ୍ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଡ୍ରାଏ୍ ରନ୍ ପାଇଁ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢନ୍ତୁ...

ନବରଙ୍ଗପୁରରେ କୋଭିଡ ଟିକାର ଡ୍ରାଏ୍ ରନ୍
ନବରଙ୍ଗପୁରରେ କୋଭିଡ ଟିକାର ଡ୍ରାଏ୍ ରନ୍

By

Published : Jan 2, 2021, 3:32 PM IST

ନବରଙ୍ଗପୁର: କୋରୋନା ଟିକା ପ୍ରଦାନ କରିବା ପୂର୍ବରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ କୋରୋନା ଟୀକାକରଣ ପାଇଁ ଡ୍ରାଏ୍ ରନ୍ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଡ୍ରାଏ୍ ରନ୍ ପାଇଁ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଟୀକା ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର କୋଠରୀ ଓ ଅବଜରଭେସନ୍ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଥିଲା ।

ନବରଙ୍ଗପୁରରେ କୋଭିଡ ଟିକାର ଡ୍ରାଏ୍ ରନ୍

ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର ଓ ମୁଖ୍ୟ ଚିକିତ୍ସାଧିକାରୀ ଶୋଭାରଣୀ ମିଶ୍ରଙ୍କ ତଥା ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଡ୍ରାଏ୍ ରନ୍ କରାଯାଇଥିଲା । ଏହି ଅବସରରେ ୨୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଟିକା ପ୍ରଦାନ ପରେ ସ୍ବାସ୍ଥ୍ୟରେ ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ନେଇ ସଚେତନ କରାଯାଇଥିଲା । ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ସ୍ବତନ୍ତ୍ର ଭାବେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା ।

ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଘଟେ, ତେବେ ତାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଥିଲା । ଏଥିସହ ଘରେ ଯିବା ପରେ ମଧ୍ୟ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଘଟିଲେ ହେଲ୍ପଲାଇନ ନମ୍ବରରେ କଲ୍ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା । ଆଜି(ଶନିବାର) ଯେଉଁ ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା ସେମାନଙ୍କୁ ଆଗାମୀ ୨୮ ଦିନ ପରେ ସେହି ଟିକାର ଦ୍ଵିତୀୟ ଡୋଜ୍ ଦେବା ନେଇ ସୂଚନା ଦେଇଥିଲେ ନବରଙ୍ଗପୁର ଜିଲ୍ଲାପାଳ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯୩୪୫ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ଟିକା ଆସିଲେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details