ଓଡିଶା

odisha

ETV Bharat / state

କୋଭିଡ ମେଡିକାଲ 10 ଘଣ୍ଟା ଧରି ପଡି ରହିଲା ମୃତଦେହ - କୋଭିଡ ମେଡିକାଲ

ନବରଙ୍ଗପୁରରେ କୋଭିଡ ହସ୍ପିଟାଲର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର କୋଭିଡ ମେଡିକାଲରେ ଅବ୍ୟବ୍ୟସ୍ଥା !
ନବରଙ୍ଗପୁର କୋଭିଡ ମେଡିକାଲରେ ଅବ୍ୟବ୍ୟସ୍ଥା !

By

Published : May 8, 2021, 2:04 PM IST

ନବରଙ୍ଗପୁର: ମୃତ୍ୟୁ ପରେ ମଧ୍ୟ ବେଡରେ ପଡିରହିଛି ମୃତଦେହ । ଗୋଟିଏ ଘଣ୍ଟା ନୁହେଁ କି 2 ଘଣ୍ଟା ନୁହେଁ ଦୀର୍ଘ 10 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜଣେ କୋଭିଡ ରୋଗୀ ବେଡରେ ପଡି ରହିଥିଲା । ଏହି ଅବ୍ୟବସ୍ଥା ଜିଲ୍ଲାର କୋଭିଡ ହସ୍ପିଟାଲରେ ଦେଖିବାକୁ ମିଳିଛି ।

ଉକ୍ତ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫୋନରେ ଆସୁଥିବା କଲକୁ ମଧ୍ୟ କେହି ହସ୍ପିଟାଲ କର୍ମଚାରୀ ଉଠାଇନଥିଲେ । ମୃତକଙ୍କ ପରିବାର ବର୍ଗଙ୍କୁ ମଧ୍ୟ ତାଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇନଥିଲେ ଫଳରେ ଦୀର୍ଘ 10 ଘଣ୍ଟା ଧରି ପଡିରହିଥିଲା ଆକ୍ରାନ୍ତଙ୍କ ମୃତଦେହ । ମିଳିଥିବା ସୂଚନା ମୁତାବକ ମୃତକ ଜଣକ କୋରୋନାରେ ଆକ୍ରାନ୍ତ ହୋଇ କିଛିଦିନ ତଳେ ନବରଙ୍ଗପୁର କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଶୁକ୍ରବାର ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ନବରଙ୍ଗପୁର କୋଭିଡ ମେଡିକାଲରେ ଅବ୍ୟବ୍ୟସ୍ଥା !

ଏହାପରେ ଦୀର୍ଘ 10 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମୃତଦେହ ବେଡରେ ପଡି ରହିଥିଲା । ଏହି ସମୟର ଦୃଶ୍ୟକୁ ମେଡିକାଲରେ କୋରୋନାରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା ଜଣେ ମହିଳା ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବାପରେ ମେଡିକାଲ କର୍ମଚାରୀ ମୃତଦେହକୁ ସେଠାରୁ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ମୃତଦେହ ସେଠାରେ ପଡିରହିଥିବା ବେଳେ ଏହାକୁ ଅନ୍ୟତ୍ର ନ ନେଇ ବା ମୃତକଙ୍କ ପରିବାର ବର୍ଗଙ୍କୁ ଖବର ନ ଦେଇ ସ୍ବାଭାବିକ କାର୍ଯ୍ୟ କରୁଥିଲେ ହସ୍ପିଟାଲ ସ୍ବାସ୍ଥ୍ୟକର୍ମୀ । ଏହା ଦେଖି ମେଡିକାଲରେ ଭର୍ତ୍ତି ହୋଇଥିବା ଅନ୍ୟ ରୋଗୀମାନେ ଭୟଭୀତ ହୋଇପଡିଥିବା ସୂଚନା ମିଳିଛି ।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details