ନବରଙ୍ଗପୁର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ କୋଭିଡ଼-19 ହସପିଟାଲ୍ ନିର୍ମାଣ କରିଛନ୍ତି। ନବରଙ୍ଗପୁରରେ ମଧ୍ୟ ଆଜି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼-19 ହସପିଟାଲ୍ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ଏହି ମେଡିକାଲକୁ ଉଦଘାଟନ କରିଥିଲେ ।
ଏହାସହ ଏହି ଭିଡିଓ କନଫରେସିଂରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ । ନବରଙ୍ଗପୁରସ୍ଥିତ ବିଇଡି କଲେଜରେ ଏହା ନିର୍ମାଣ କରାଯାଇଛି । ପୂର୍ବରୁ ନବରଙ୍ଗପୁର ଠାରେ ଥିବା ଖ୍ରୀଷ୍ଟିୟାନ ହସପିଟାଲ୍ ସହିତ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏଥିରେ ନାଲକୋ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର କୋଭିଡ ହସ୍ପିଟାଲରେ ୨୦୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ହାଇଡିପେଣ୍ଡେଣ୍ଟିଂ ୟୁନିଟ ବେଡର ବ୍ୟବସ୍ଥା କରାଯାଇଛି। ଏଥିରେ ଗୋଟିଏ ଭେଣ୍ଟିଲେଟର ଏବଂ ତିନୋଟି ମନିଟରର ବ୍ୟବସ୍ଥା ମଧ୍ୟ କରାଯାଇଛି।