ଓଡିଶା

odisha

By

Published : Nov 1, 2019, 7:29 PM IST

ETV Bharat / state

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ମୃତକ ଦ୍ବୟ ହେଲେ ନର୍ତ୍ତମ ନାୟକ ଓ ସବନମ୍ ବେଗମ୍ ।

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର: ଜିଲ୍ଲାର ଫୋଟକି ଗାଁରେ ଚାଞ୍ଚଲ୍ୟ । ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ନର୍ତ୍ତମ ନାୟକ ଓ ସବନମ୍ ବେଗମ୍ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ ଏପଟେ ନର୍ତ୍ତମଙ୍କ ସ୍ତ୍ରୀ ଆଣିଛନ୍ତି ହତ୍ୟା ଅଭିଯୋଗ ।

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ନର୍ତ୍ତମ ଶୌଚ ପାଇଁ ବାହାରକୁ ଯାଇ ଆଉ ଫେରି ନଥିଲେ । ଦୀର୍ଘ ସମୟ ପରେ ତାଙ୍କ ସ୍ତ୍ରୀଙ୍କ ପାଖକୁ ଏକ ଫୋନ କଲ୍ ଆସିଥିଲା । ସେ ତାଙ୍କୁ ଧମକ ଦେବା ସହ ସକାଳୁ ସ୍ବାମୀଙ୍କ ମୃତଦେହ ନେଇଯିବ ବୋଲି କହି ଫୋନ୍ କାଟି ଦେଇଥିଲା । ପରେ ସ୍ବାମୀ ଘରକୁ ନଫେରିବାରୁ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ପରିବାର ଲୋକେ । ହେଲେ ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେପଟେ ନର୍ତ୍ତମ ବିବାହିତ ହୋଇବି ଗାଁର ସବନମ୍‌ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସେପଟେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details