ଓଡିଶା

odisha

ETV Bharat / state

କୋରୋନା ସହାୟତା: ତିନି ମାସର ଦରମା ଦେଲେ ଝରିଗାଁ ବିଧାୟକ

ଝରିଗାଁ ବିଧାୟକ ପ୍ରକାଶ ମାଝୀ କୋରୋନା ସହାୟତା ଭାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନି ମାସର ଦରମା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

coronavirus-help-by-jharigam-mla-three-month-salary-pay-to-chief-minister-relief-fund
କୋରୋନା ସହାୟତା: ଝରିଗାଁ ବିଧାୟକ ତିନି ମାସର ଦରମା ପ୍ରଦାନ କଲେ

By

Published : Mar 26, 2020, 6:08 PM IST

ନବରଙ୍ଗପୁର: କୋରୋନା ସହାୟତା ପାଇଁ ଝରିଗାଁ ବିଧାୟକ ପ୍ରକାଶ ମାଝୀ ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ପ୍ରଦାନ କରିଛନ୍ତି । ସାରା ବିଶ୍ବରେ ମାନବ ସମାଜ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି କରିଥିବା ମହାମାରୀ କୋରୋନା ମୁକାବିଲାରେ ଖର୍ଚ୍ଚ କରାଯିବ ।

କୋରୋନା ସହାୟତା: ଝରିଗାଁ ବିଧାୟକ ତିନି ମାସର ଦରମା ପ୍ରଦାନ କଲେ

ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନମଣ୍ଡଳୀର ପ୍ରଥମ ଥର ବିଧାୟକ ହୋଇଥବା ପୂର୍ବତନ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଭାଇ ପ୍ରକାଶ ମାଝୀ ନିଜ ତିନି ମାସର ଦରମା 1,05,000/- ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ମହାମାରୀ କୋରନାର ମୁକାବିଲା ପାଇଁ ଦାନ କରିଛନ୍ତି ବିଧାୟକ । ଏଥିସହ ସେ ଜନସାଧାରଣଙ୍କୁ ନିଜ ଘରେ ରହି ସୁରକ୍ଷିତ ଓ ସୁସ୍ଥ ରେ ରୁହନ୍ତୁ "କରୋନା ହାରିବ ଏବଂ ଆପଣ ନିଶ୍ଚିତ ଜିତିବେ" ବୋଲି ଅପିଲ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details