ଓଡିଶା

odisha

ETV Bharat / state

ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ କୋରୋନା ପ୍ରସ୍ତୁତି, 6 ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ଗଠନ - nabaranghpur district medical

ଓଡିଶାରେ ଯେଭଳି କୋରୋନା କାୟା ବିସ୍ତାର ନକରିବ ସେନେଇ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏନେଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ 6 ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର ୱାର୍ଡ ଗଠନ କରାଯାଇଛି । ଅଧିକ ଖବର ପଢନ୍ତୁ...

corona virus
ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ କୋରୋନା ପ୍ରସ୍ତୁତି, 6 ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ଗଠନ

By

Published : Mar 14, 2020, 6:09 PM IST

ନବରଙ୍ଗପୁର: ସାରା ବିଶ୍ବକୁ କୋରୋନା ଭୟ ଗ୍ରାସ କରିଥିବାବେଳେ ଭାରତର କିଛି ରାଜ୍ୟରେ ଲୋକଙ୍କୁ ଏହି ରୋଗ ସଂକ୍ରମଣ ମଧ୍ୟ ହୋଇଥିବା ଜଣାପଡିଛି । ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ଔଷଧ ବାହାରି ନଥିବା ବେଳେ ଏହି ରୋଗ ନବ୍ୟାପିବା ପାଇଁ ସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି ।

ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ କୋରୋନା ପ୍ରସ୍ତୁତି, 6 ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ଗଠନ

ଓଡିଶାରେ ଯେଭଳି ଏହି ରୋଗ ନପହଞ୍ଚେ ସେଇଥିପାଇଁ ଓଡିଶା ସରକାରଙ୍କ ତରଫରୁ ଲୋକଙ୍କୁ ବ୍ୟାପକ ସଚେତନତା କରାଯାଉଛି । ଏପଟେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କୋରୋନା ସଂକ୍ରମଣ ସନ୍ଦିଗ୍ଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପ୍ରସ୍ତୁତି ଜୋରସୋରରେ କରାଯାଉଛି ।

ମୁଖ୍ୟ ଚିକିତ୍ସାଳୟରେ 6 ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର ୱାର୍ଡ ଗଠନ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ କରାଯାଇଛି । ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ଯାଞ୍ଚ କରାଯାଉଛି । ଏହାସହ ମେଡିକାଲ ପରିସରକୁ ସ୍ବଚ୍ଛ ରଖାଯାଉଛି । ରୋଗୀଙ୍କୁ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details