ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ପୁଣି 57 କୋରୋନା ଆକ୍ରାନ୍ତ ଚିହ୍ନଟ - ନବରଙ୍ଗପୁର

କୋରୋନା କବଳରେ ଏବେ ନବରଙ୍ଗପୁର । ପ୍ରତିଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସମଗ୍ର 10ଟି ବ୍ଲକ ସମେତ 2ଟି ପୌରାଞ୍ଚଳରେ ପ୍ରସାର ହେଇ ସାରିଛି କୋରୋନା ଭୂତାଣୁ।

ନବରଙ୍ଗପୁରରେ ପୁଣି 57 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ ପୁଣି 57 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Oct 1, 2020, 1:40 PM IST

Updated : Oct 1, 2020, 2:57 PM IST

ନବରଙ୍ଗପୁର : କୋରୋନା କବଳରେ ଏବେ ନବରଙ୍ଗପୁର । ପ୍ରତିଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସମଗ୍ର 10ଟି ବ୍ଲକ ସମେତ 2ଟି ପୌରାଞ୍ଚଳରେ ପ୍ରସାର ହେଇ ସାରିଛି କୋରୋନା ଭୂତାଣୁ। ଲୋକଙ୍କ ମଧ୍ୟରେ କୋରୋନା ସଂକ୍ରମଣ ନେଇ ଆଶଙ୍କା ଥିଲେ ମଧ୍ୟ କିଛି ବ୍ୟକ୍ତି ବିଶେଷ ବେଖାତିର କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି।

ନବରଙ୍ଗପୁରରେ ପୁଣି 57 କୋରୋନା ଆକ୍ରାନ୍ତ ଚିହ୍ନଟ

ଗୁରୁବାର ଜିଲ୍ଲାରେ 57 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହି 57 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ ସର୍ବାଧିକ 29 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତେନ୍ତୁଳୀଖୁଣ୍ଟି ବ୍ଲକରୁ 8 ଜଣ, ଉମରକୋଟ ପୌରାଞ୍ଚଳରୁ 5 ଜଣ, ଝରୀଗାଁ ବ୍ଲକରୁ 3 ଜଣ, ନବରଙ୍ଗପୁର, ରାଇଘର, ଡାବୁଗାଁ, ନନ୍ଦାହାଣ୍ଡି ବ୍ଲକରୁ 2ଜଣ ଲେଖାଏଁ ଏବଂ ଉମରକୋଟ ବ୍ଲକରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ଗୁରୁବାରର 57ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 3765ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 2941 ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ 798 ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ ଚିକିତ୍ସିତ ହେଉଥିବା ବେଳେ 679 ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 68049 ଜଣଙ୍କର କୋଭିଡ୍ ପରୀକ୍ଷା କରାଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Oct 1, 2020, 2:57 PM IST

ABOUT THE AUTHOR

...view details