ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଉପରମୁହାଁ କୋରୋନା, 24 ଘଣ୍ଟାରେ 254 ନୂଆ ପଜିଟିଭ ଚିହ୍ନଟ

ଦିନକୁ ଦିନ କୋରୋନା ଜନିତ ସଂକ୍ରମଣ ବଢୁବାରେ ଲାଗିଛି । 24 ଘଣ୍ଟାରେ 254 ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା, 24 ଘଣ୍ଟାରେ 254 ନୂଆ ପଜିଟିଭ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା, 24 ଘଣ୍ଟାରେ 254 ନୂଆ ପଜିଟିଭ ଚିହ୍ନଟ

By

Published : May 30, 2021, 3:27 PM IST

ନବରଙ୍ଗପୁର: 24 ଘଣ୍ଟାରେ 254 ପଜିଟିଭ ଚିହ୍ନଟ l ଗତ 3 ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଇବା ପରେ ଆଜି ପୁଣି ଉପରମୁହାଁ ହୋଇଛି । ଗତ 24 ଘଣ୍ଟା ଭିତରେ 254 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 19,694ରେ ପହଞ୍ଚିଛି l

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା, 24 ଘଣ୍ଟାରେ 254 ନୂଆ ପଜିଟିଭ ଚିହ୍ନଟ


ଆଜକୁ ଜିଲ୍ଲାରେ ମୋଟ 2,80,323 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ମୋଟ 19,694 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 16,775 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ମୋଟ 2,773 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ସେଥିମଧ୍ୟରୁ 2,581 ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି । ଏବଂ ଅନ୍ୟ 192 ଜଣ ଜିଲ୍ଲା ଓ ଜିଲ୍ଲା ବାହାରେ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ଆଜି ଚିହ୍ନଟ 254 ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଉମରକୋଟ ବ୍ଲକରୁ 45, ତେନ୍ତୁଳିଖୁଣ୍ଟି ବ୍ଲକରୁ 43 ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପାପଡାହାଣ୍ଡି ବ୍ଲକରୁ 26 ନବରଙ୍ଗପୁର ପୌରାଞ୍ଚଳରୁ 25, ନନ୍ଦାହାଣ୍ଡି 23, ଚନ୍ଦାହାଣ୍ଡି 22, କୋଷାଗୁମୁଡା ବ୍ଲକରୁ 19, ଝରୀଗାଁ ବ୍ଲକରୁ 18, ଉମରକୋଟ ପୌରାଞ୍ଚଳରୁ 12, ରାଇଘର ବ୍ଲକରୁ 11, ନବରଙ୍ଗପୁର ବ୍ଲକରୁ 8, ଡାବୁଗାଁ ବ୍ଲକରୁ 2 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details