ନବରଙ୍ଗପୁର: କୋରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶା ସରକାର 21 ଦିନିଆ ଲକଡାଉନ ଘୋଷଣା ସମୟର ପ୍ରତି ପଞ୍ଚାୟତ ମାନଙ୍କରେ ମାଗଣାରେ ଖାଇବା ବ୍ୟବସ୍ଥା କରିଛନ୍ତି । ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଲକରେ ମଧ୍ୟ ଠିକଠାକରେ ଚାଲିଛି ସାମାଜିକ ଦୂରତା କାର୍ଯ୍ୟକ୍ରମ । ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ଠିକ ଭାବେ ଚାଲୁଥିବା ବେଳେ ସେ ନିଜେ ପ୍ରତି ପଞ୍ଚାୟତ ବୁଲି ବୁଲି କାର୍ଯ୍ୟ ତଦାରଖ କରିବା ଜଣାପଡ଼ିଛି ।
ଜିଲ୍ଲାରେ ଯଦି କିଏ କୋରୋନା ରୋଗୀ ଚିହ୍ନଟ ହୁଅନ୍ତି କିମ୍ବା ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବାକୁ ସରପଞ୍ଚ, ଆଶା ଦିଦି ଏବଂ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଦାୟିତ୍ବ ଦେଇଛନ୍ତି । ଏହାସହ ଯଦି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେଲେ ସେମାନଙ୍କ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇ, ଥଇଥାନର ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ କାର୍ତ୍ତିକ ସୂଚନା ଦେଇଛନ୍ତି ।