ନବରଙ୍ଗପୁର: ଜିଲ୍ଲାରେ କାୋରୋନା ଭୂତାଣୁ ଜନିତ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପ୍ରଶାସନ ଗତ 16 ତାରିଖରୁ ଆରମ୍ଭ କରିଦେଛନ୍ତି ସଚେତନତା ଅଭିଯାନ l ଏନେଇ ଜିଲ୍ଲାରେ ୧୪୪ ଧାରା ଲାଗୁ କରି ଦୋକାନ ବଜାର, ସାପ୍ତାହିକ ହାଟ, ମନ୍ଦିର, ମସଜିଦ, ଚର୍ଚ୍ଚ ବନ୍ଦ କରିବା ସହ କୌଣସି ସାମାଜିକ ଉତ୍ସବ ନକରିବା ପାଇଁ କଡାକଡି ଭାବରେ ନିର୍ଦ୍ଦେଶ ଜାରି କରିହୋଇଛି । ପ୍ରଶାସନ କୋରୋନାକୁ ନେଇ ଜିଲ୍ଲାର ସମସ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ନିବେଦନ କରୁଛି। ଏଠାରେ ଲକଡାଉନର ମଧ୍ୟ ବେଶ୍ ପ୍ରଭାବ ପଡିଛି । ଏପରିକି ବାରମ୍ବାର ଜରୁରୀକାଳିନ ବୈଠକ କରାଯାଇ ଜିଲ୍ଲାର ପ୍ରତ୍ୟେକ ଦିନର ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଉଛି l ମାତ୍ର ଏଠାରେ ଏକ ସମସ୍ୟା ଦେଖାଦେଇଛି ବଜାରରେ ମାସ୍କ ଊପଲବ୍ଧ ହେଉନାହିଁ ।
ନବରଙ୍ଗପୁର ଜିଲ୍ଲାର କୌଣସି ଦୋକାନରେ ମାସ୍କ ମିଳୁନଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ କୋରୋନା ନିରାକରଣ କରିବାକୁ କୌଣସି ଟୀକା କିମ୍ବା ଔଷଧ ବାହାରି ନଥିଲା ବେଳେ ସଚେତନତା ଓ ସାମାଜିକ ଦୂରତା ସ୍ଥାପନ କରି ରୋଗକୁ ପ୍ରତିରୋଧ କରାଯାଇପାରିବ । ଆଉ ଏହି ସମୟରେ ମାସ୍କର ସମସ୍ୟାକୁ ଦୂରିକରଣ କରିବା ଏବଂ ସମସ୍ତେ କିଭଳି ସୁଲଭ ମୂଲ୍ୟରେ ମାସ୍କ ପାଇବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଓରମାସ ସଂସ୍ଥା ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ର ତରଫରୁ ପୂର୍ବରୁ ଟ୍ରେନିଂ ନେଇଥିବା 35 ଜଣ ମହିଳାଙ୍କୁ ନେଇ ମାସ୍କ ଉତ୍ପାଦନ କରିବାରେ ଲାଗିପଡିଛନ୍ତି l