ଓଡିଶା

odisha

ETV Bharat / state

କୋରୋନା ଗୁଜବ ପ୍ରଚାର କରି ଜଣେ ଗିରଫ - nabrangpur latest news

କୋରୋନା ଗୁଜବ ପ୍ରଚାର ପଡିଲା ମହଙ୍ଗା । ନବରଙ୍ଗପୁରରେ ଜଣେ ଯୁବକ ଗିରଫ । ଏ ସମ୍ପର୍କରେ ନବରଙ୍ଗପୁର ଏସପି ନିତିନ କୁଶଳକର ସୂଚନା ଦେଇଛନ୍ତି ।

corona
coronacorona

By

Published : Mar 20, 2020, 6:48 AM IST

ନବରଙ୍ଗପୁର: ସାମାଜିକ ଗଣମାଧ୍ୟମରେ କୋରୋନା ଗୁଜବ ପ୍ରଚାର ମହଙ୍ଗା ପଡିଲା । କୋରୋନା ସମ୍ପର୍କିତ ଏକ ଭିଡିଓ ମାଧ୍ୟମରେ ଗୁଜବ ପ୍ରଚାର କରି ନବରଙ୍ଗପୁରରେ ଜଣେ ଯୁବକ ଗିରଫ । ଏ ସମ୍ପର୍କରେ ନବରଙ୍ଗପୁର ଏସପି ନିତିନ କୁଶଳକର ସୂଚନା ଦେଇଛନ୍ତି ।

କୋରୋନା ଗୁଜବ: ପ୍ରଚାର କରି ଜଣେ ଗିରଫ

ଗତ କିଛିଦିନ ଧରି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଭରସୁଣ୍ଡି ଗ୍ରାମର ମିଠୁ ହାଲଦାର ନାମକ ଯୁବକ ଏକ କଟା ଯାଇଥିବା ଛେଳିକୁ ଇଙ୍ଗିତ କରି ଏହି ଛେଳି ଦେହରେ କରୋନା ସଙ୍କେତ ମିଳିଥିବା ଏବଂ ଏହା ଦ୍ବାରା କୋରୋନା ବ୍ୟାପୁଥିବା ଭିଡିଓରେ ଦେଖାଦେଇଛି । ଏ ସମ୍ପର୍କିତ ଭିଡିଓ ବିଭିନ୍ନ ହ୍ଵାଟ୍ସଆପ୍‌ ଗ୍ରୁପରେ ଭାଇରାଲ ହେବାରେ ଲାଗିଥିଲା ।

ଯାହାଫଳରେ ଗୁଜବ ପ୍ରଚାର ଅଭିଯୋଗରେ ମିଠୁ ହାଲଦାରକୁ ଗିରଫ କରିଛି ରାଇଘର ପୋଲିସ । କିଛିଦିନ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇ କୋରୋନା ସମ୍ପର୍କିତ ଗୁଜବ ପ୍ରଚାର ନକରିବା ପାଇଁ ନିବେଦନ ତଥା ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ABOUT THE AUTHOR

...view details