ଓଡିଶା

odisha

ETV Bharat / state

କୋରୋନା ଆତଙ୍କ, ସ୍ଥଗିତ ହେଲା ଧୋଡ୍ରା ମଣ୍ଡେଇ - Corona effect

ନବରଙ୍ଗପୁର ଝରିଗାଁ ବ୍ଲକ ଧୋଡ୍ରା ସ୍ଥିତ କଳସି ମଣ୍ଡେଇ ପଡିଆଠାରେ ସ୍ଥାନୀୟ ସରପଞ୍ଚ ବେଲ ମାଝୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ..

କୋରୋନା ଆତଙ୍କ, ସ୍ଥଗିତ ହେଲା ଧୋଡ୍ରା ମଣ୍ଡେଇ
କୋରୋନା ଆତଙ୍କ, ସ୍ଥଗିତ ହେଲା ଧୋଡ୍ରା ମଣ୍ଡେଇ

By

Published : Mar 18, 2020, 1:48 AM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ଭାଇରସକୁ ନେଇ ଧୋଡ୍ରା ମଣ୍ଡେଇ ସ୍ଥଗିତ l ଏନେଇ ନବରଙ୍ଗପୁର ଝରିଗାଁ ବ୍ଲକ ଧୋଡ୍ରା ସ୍ଥିତ କଳସି ମଣ୍ଡେଇ ପଡିଆଠାରେ ସ୍ଥାନୀୟ ସରପଞ୍ଚ ବେଲ ମାଝୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

କୋରୋନା ଆତଙ୍କ, ସ୍ଥଗିତ ହେଲା ଧୋଡ୍ରା ମଣ୍ଡେଇ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୋଡ୍ରା ମଣ୍ଡେଇ ମାର୍ଚ୍ଚ 21ତାରିଖରୁ 25ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯିବା ସହ ପାରମ୍ପପାରିକ ପଦ୍ଧତିରେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା । ମାତ୍ର କୋରୋନା ଭାଇରସକୁ ନଜର ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ମଣ୍ଡେଇକୁ ସ୍ଥଗିତ କରାଯାଇଛି l

ଏହା ଏକ ପାରମ୍ପରିକ ମଣ୍ଡେଇ ହୋଇଥିବାରୁ କେବଳ ଦେବାଦେବୀଙ୍କୁ ବିଧିବଦ୍ଧ ଅନୁଯାୟୀ ପୂଜାପାଠ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ କୌଣସି ମୀନାବଜାର କିମ୍ବା ଜନସମାଗମ ନକରିବା ପାଇଁ ମଣ୍ଡେଇ କମିଟିପକ୍ଷରୁ ନିଷ୍ପତି ନିଆଯାଇଥିଲା l

ଏହି ବୈଠକରେ ଚାରିଗୁଡାର ସମସ୍ତ ଗ୍ରାମବାସୀଙ୍କ ସହିତ ପୂଜାରୀ, ଦିଶାରୀ, ଗଣ୍ଡା, ଚାଲାଣ, ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details