ନବରଙ୍ଗପୁର: ବଲିଉଡର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ନେଇ ପୁଣି ତେଜିଲା ବିବାଦ । ତେବେ ଏଥର ସିଧା ଓଡିଶାରୁ ଟାର୍ଗେଟ କରାଯାଇଛି ରାମ ଗୋପାଳଙ୍କୁ । ନବରଙ୍ଗପୁର ଥାନାରେ ତାଙ୍କ ନାଁରେ ଏତଲା ଦେଇଛି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ । ଓଡିଶାର ଅପ୍ସରା-ରକଙ୍କୁ ନେଇ ତାଙ୍କର ଆଗାମୀ ଫିଲ୍ମ ‘ଥ୍ରୀଲର’ରେ ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି ।
ରାମୁଙ୍କ ‘ଥ୍ରୀଲର’କୁ ନେଇ ବିବାଦ, ନାୟକ ରକ୍ଙ୍କ ଆସିଲା ସଙ୍ଗିନ ଅଭିଯୋଗ ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ଅଭିଯୋଗ ହେଲା, ରିଲିଜ ହୋଇଥିବା ଟ୍ରେଲରରେ ଓଡିଶାର ଅପ୍ସରାଙ୍କ ମାତ୍ରାଧିକ ଅଙ୍ଗ ପ୍ରଦର୍ଶନ ହୋଇଥିବା ସହିତ ଅଶ୍ଳୀଳ ଦୃଶ୍ୟ ପ୍ରଦର୍ଶନ ସମୟରେ ହିନ୍ଦୁ ଦେବାଦେବୀଙ୍କ ନାମକୁ ବ୍ୟବହାର କରଯାଇଛି । ଚଳଚ୍ଚିତ୍ରର ସେହି ଦୃଶ୍ୟ ସମୟରେ ତୁରନ୍ତ ହିନ୍ଦୁ ଦେବଦେବୀଙ୍କ ନାମକୁ ହଟାଯିବା ଏବଂ ଦୁଇ କଳାକାର ଏବଂ ରାମ ଗୋପାଳ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ନବରଙ୍ଗପୁର ଜିଲ୍ଲା ହିନ୍ଦୁ ଏକତା ବାହିନୀ ।
ରାମୁଙ୍କ ‘ଥ୍ରୀଲର’କୁ ନେଇ ବିବାଦ, ନାୟକ ରକ୍ଙ୍କ ଆସିଲା ସଙ୍ଗିନ ଅଭିଯୋଗ ସୂଚନାଥାଉ କି, ଓଡ଼ିଆ ନାୟକ ଓ ନାୟିକାଙ୍କୁ ନେଇ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ହିନ୍ଦୀ ଚଳଚିତ୍ର ନିର୍ମାଣ କରିଛନ୍ତି । ଫିଲ୍ମର ଟାଇଟଲ ଥ୍ରୀଲର ରହିଥିବା ବେଳେ ଅପ୍ସରାଙ୍କ ଅଙ୍ଗଭଙ୍ଗୀକୁ ନେଇ ରାମୁ ଟ୍ବିଟରରେ ପୋଷ୍ଟ ପରେ ଚର୍ଚ୍ଚା ଜୋର ଧରିଥିଲା । ପରେ ଓଡିଶାକୁ ନେଇ ରାମୁଙ୍କ ଟ୍ବିଟ ତାଙ୍କୁ ଆହୁରି ବିବାଦ ଭିତରକୁ ଟାଣି ଆଣିଥିଲା ।
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜନ୍ମିତ ରକ୍ କାଚି ଓ ନୟାଗଡରେ ଜନ୍ମିତ ଅପ୍ସରା ରାଣୀ ଏହି ଫିଲ୍ମରେ ନାୟକ ନାୟିକା ରହିଛନ୍ତି । ଗତ କିଛି ଦିନ ପୂର୍ବେ ଫିଲ୍ମ ର ଟ୍ରେଲର ରିଲିଜ ହୋଇଥିଲା ଏବଂ ୟୁଟ୍ୟୁବରେ ଅପଲୋଡ଼ ହୋଇଥିଲା । ଏହି ଫିଲ୍ମର କିଛି ଦୃଶ୍ୟରେ ଅଙ୍ଗ ପ୍ରଦର୍ଶନ ସହିତ ସେହି ସମୟରେ ହିନ୍ଦୁ ଦେବା ଦେବୀଙ୍କ ନାମ ନିଆଯାଇଛି । ଯାହାକୁ ନେଇ ତାତି ଉଠିଛି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ।
ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ