ନବରଙ୍ଗପୁର: ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ(BSKY) ବଣ୍ଟନ ବେଳେ ରାଗିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ସୂଚନା ଅନୁଯାୟୀ, ତୃଣମୂଳ ସ୍ତରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପାଇଁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା ରାଇଘର ବ୍ଲକ ଗସ୍ତ କରିଥିଲେ। ରାଇଘର ବ୍ଲକର ୬ଟି ପଞ୍ଚାୟତର ୬ଟି ଗାଁରେ ୧୧୭୦ ଜଣଙ୍କୁ ସ୍ମାର୍ଟ ହେଲଥକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା । କାର୍ଯ୍ୟକ୍ରମରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସାମିଲ ହୋଇଥିଲେ ।
ପ୍ରଥମ କାର୍ଯ୍ୟକ୍ରମ ହାଟଭରଣ୍ଡିରେ ଥିଲା ଓ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, BJPର ଜିଲ୍ଲାପରିଷଦ ଜୋନ୍ -୧ର ସଭ୍ୟ ଦେଓ କୁମାରୀଗଣ୍ଡ, ହାଟଭରଣ୍ଡି ସରପଞ୍ଚ ମନସୁରାମ ଗଣ୍ଡଙ୍କୁ ବ୍ଲକ ପ୍ରଶାସନ ତରଫରୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଡିଓ ଦେବେନ୍ଦ୍ର କୁମାର ବଳ ପରିଚାଳନା କରିଥିଲେ।
କିନ୍ତୁ ସ୍ମାର୍ଟ ହେଲଥ କାର୍ଡ ହିତାଧିକାରୀଙ୍କୁ କେବଳ ମନ୍ତ୍ରୀ ବଣ୍ଟନ କରୁଥିବାନେଇ ଅଭିଯୋଗ କରି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଞ୍ଚରେ ମନ୍ତ୍ରୀଙ୍କ ସମ୍ମୁଖରେ ବିଡିଓଙ୍କ ଉପରେ ରାଗିଯାଇଥିଲେ ।