ନବରଙ୍ଗପୁର:ଆବାସ ଗୃହ ତିଆରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ । ଏଭଳି ଅଭିଯୋଗ ଆସିଛି ଉମରକୋଟ ଝରିଗାଁ ରୋଡର ଠିକାଦାର ସଞ୍ଜୀବ ସୁବୁଦ୍ଧିଙ୍କ ନାଁରେ । ଅଭିଯୋଗ ପରେ ଗିରଫ ହୋଇଛନ୍ତି ସଞ୍ଜୀବ ସୁବୁଦ୍ଧି । ତେବେ ଏହା ପୂର୍ବରୁ ଏହିପରି ଠକେଇ କରିଥିବା ଅଭିଯୋଗରେ ପୂର୍ବରୁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା ।
ଉମରକୋଟ ବ୍ଲକ କିରାପାଣି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଅନେକ ହିତାଧିକାରୀଙ୍କ ନାଁରେ ଆସିଥିବା ଅନୁଦାନକୁ ଚଞ୍ଚକତା କରି ସେମାନଙ୍କ ଟଙ୍କା ହଡ଼ପ କରିଥିଲେ ସଞ୍ଜୀବ । ପୂର୍ବରୁ ଜୁଲାଇ ମାସ ୯ ତାରିଖରେ ଉମରକୋଟ ବ୍ଲକ୍ କୁର୍ଷି ଗ୍ରାମର ୫ ଜଣ ହିତାଧିକାରୀଙ୍କ ସମାନ ଅଭିଯୋଗ ଗ୍ରହଣ କରି କେସ ନମ୍ୱର୍ ୨୭୦/ ୧୬.୦୭.୨୦୨୧ ଆଧାରରେ ଉମରକୋଟ ପୋଲିସ ସଞ୍ଜୀବଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପ୍ରାୟ ଏକ ମାସ ଜେଲରେ ରହିବା ପରେ ସେ ଜାମିନରେ ବାହାରିଥିଲେ।