ନବରଙ୍ଗପୁର:କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାକୁ ୧୫ ବର୍ଷ ପୂର୍ତ୍ତି ଅବସରରରେ ନବରଙ୍ଗପୁର କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଗତ ୨୦୦୬ ଜାନୁଆରୀ ୨ ତାରିଖ ଦିନ ଯାଜପୁର କଳିଙ୍ଗ ନଗରଠାରେ ଏକ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ସ୍ଥାନୀୟ ଆଦିବାସୀଙ୍କ ତରଫରୁ ପ୍ରତିବାଦ କରାଯାଇଥିଲା । ତେବେ ଏହି ସମୟରେ ପୋଲିସ ତରଫରୁ ପ୍ରଦର୍ଶନକାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା । ଯାହାଫଳରେ ୧୫ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ ।
କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ ବର୍ଷ, ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ - 15th anniversary of Kalinga nagar firing
କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାକୁ ୧୫ ବର୍ଷ ପୂର୍ତ୍ତି ଅବସରରରେ ନବରଙ୍ଗପୁର କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...
![କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ ବର୍ଷ, ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ ବର୍ଷ ପୂର୍ତ୍ତିରେ କଂଗ୍ରେସର ବିକ୍ଷୋଭ](https://etvbharatimages.akamaized.net/etvbharat/prod-images/768-512-10099633-thumbnail-3x2-nabarangpur.jpg)
କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ ବର୍ଷ ପୂର୍ତ୍ତିରେ କଂଗ୍ରେସର ବିକ୍ଷୋଭ
କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ ବର୍ଷ ପୂର୍ତ୍ତିରେ କଂଗ୍ରେସର ବିକ୍ଷୋଭ
ପରବର୍ତ୍ତୀ ସମୟରେ ପୋଷ୍ଟମର୍ଟମ ରିପୋର୍ଟରୁ କିଛି ମୃତ ଲୋକଙ୍କ ହାତ ପାପୁଲିକୁ କଟାଯାଇଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଉକ୍ତ ଘଟଣାକୁ ୧୫ ବର୍ଷ ପୁରି ଯାଇଥିଲେ ମଧ୍ୟ ଏହାକୁ ବିରୋଧ କରିେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ