ଓଡିଶା

odisha

ETV Bharat / state

ଦୁର୍ନୀତି ବିରୋଧରେ କଂଗ୍ରେସର ମହାଗର୍ଜନ, ବ୍ଲକ କାର୍ଯ୍ୟାଳୟ ଘେରାଉ - ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି

ନବରଙ୍ଗପୁର ଜିଲ୍ଲାର ବ୍ଲକ କାର୍ଯ୍ୟାଳୟ ଗୁଡିକରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଏହି ଦୁର୍ନୀତି ବିରୋଧରେ ମହାଗର୍ଜନ ସମାବେଶ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଦୁର୍ନୀତି ବିରୋଧରେ କଂଗ୍ରେସର ମହାଗର୍ଜନ, ବ୍ଲକ କାର୍ଯ୍ୟାଳୟ ଘେରାଉ
ଦୁର୍ନୀତି ବିରୋଧରେ କଂଗ୍ରେସର ମହାଗର୍ଜନ, ବ୍ଲକ କାର୍ଯ୍ୟାଳୟ ଘେରାଉ

By

Published : Jan 22, 2021, 9:01 PM IST

ନବରଙ୍ଗପୁର: ଦୁର୍ନୀତି ବିରୋଧରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ମହାଗର୍ଜନ ସମାବେଶ । ଜିଲ୍ଲାର ବ୍ଲକ କାର୍ଯ୍ୟାଳୟ ଗୁଡିକରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଏହି ଦୁର୍ନୀତି ବିରୋଧରେ ମହାଗର୍ଜନ ସମାବେଶ ଆରମ୍ଭ କରିଛି । ଝରିଗାଁ ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନାର ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।

ଦୁର୍ନୀତି ବିରୋଧରେ କଂଗ୍ରେସର ମହାଗର୍ଜନ, ବ୍ଲକ କାର୍ଯ୍ୟାଳୟ ଘେରାଉ

ଏହି ଦୁର୍ନୀତି ରେ ବ୍ଲକ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀ ଜଡିତ ଥିବା ଅଭିଯୋଗ ହୋଇଛି । ଜିଲ୍ଲା କଂଗ୍ରେସର ଏହି ରାଲିରେ ଆଇସିସି ଜେନେରାଲ ସେକ୍ରେଟାରୀ ପ୍ରତିଭା ରାଜବଂଶୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ନବରଙ୍ଗପୁର ଚାଉଁରିଆଗୁଡା ଛକ ଠାରୁ ଏକ ବାଇକ ରାଲିରେ ବାହାରି ପାପଡାହାଣ୍ଡି ଶହୀଦ ସ୍ତମ୍ଭ ଠାରେ ପହଞ୍ଚିବା ପରେ ପାପଡାହାଣ୍ଡି ସହର ପରିକ୍ରମା କରିଥିଲେ ।

ଆୟୋଜିତ ସଭାକୁ ସମ୍ବୋଧନ କରି ଝରିଗାଁ ବ୍ଲକରେ ପାଇଖାନା ଦୁର୍ନୀତିରେ ଝରିଗାଁ ବିଡ଼ିଓ ସଂଶ୍ଲିଷ୍ଟ ଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ରାଜ୍ୟ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଡ଼ିଓଙ୍କୁ ନିଲମ୍ବିତ କରିବା ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି । ଏହାପରେ କର୍ମୀମାନେ ଏକ ରାଲି ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକରେ ମନରେଗା କାମରେ ଡାବୁଗାଁ ବିଧାୟକଙ୍କ ହିଁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।

ପାପଡାହାଣ୍ଡି ବ୍ଲକରେ ପାଇଖାନା ନର୍ମାଣରେ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରି ବିଡ଼ିଓଙ୍କୁ କେବଳ ନିଲମ୍ବିତ କରି ଚୁପ ନରହି ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ଏହାସହ ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣରେ ୪୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ କରିଛି କଂଗ୍ରେସ । ପାପଡାହାଣ୍ଡି ବ୍ଲକର ପାଇଖାନା ନିର୍ମାଣର ସବିଶେଷ ତଥ୍ୟ ୧୫ ଦିନ ମଧ୍ୟରେ ଦେବା ପାଇଁ କହିଛି କଂଗ୍ରେସ । କେବଳ ଝରିଗାଁ କି ପାପଡାହାଣ୍ଡି ବ୍ଲକରେ ନୁହଁ ବରଂ ସାରା ଜିଲ୍ଲାରେ ଏଭଳି ସ୍ୱଚ୍ଛ ଭାରତ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ତେଣୁ ଆଗାମୀ ଦିନରେ ଜିଲ୍ଲାର ସାରା ବ୍ଲକରେ ପାଇଖାନା ଦୁର୍ନୀତିକୁ ନେଇ କଂଗ୍ରେସ ତରଫରୁ ଗର୍ଜନ ସମାବେଶ କରାଯିବ ବୋଲି କହିଛନ୍ତି ପ୍ରଦୀପ ମାଝୀ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details