ଓଡିଶା

odisha

By

Published : Dec 26, 2019, 3:51 PM IST

Updated : Dec 26, 2019, 5:22 PM IST

ETV Bharat / state

ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ

'ପେଟ୍ରୋଲ, ଡିଜେଲ ରେଡି ରଖିଥାଅ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇବ ।’ କର୍ମୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ
ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ

ନବରଙ୍ଗପୁର: 'ପେଟ୍ରୋଲ, ଡିଜେଲ ରେଡି ରଖିଥାଅ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇବ ।’ କର୍ମୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଫୋନ୍‌ରେ କର୍ମୀଙ୍କୁ ପ୍ରଦୀପ ଏଭଳି କହୁଥିବା ଭିଡିଓ ଭାଇରାଲ ହେଉଛି ।

ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ

ସୂଚନାଯୋଗ୍ୟ, ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀ ହିଂସାତ୍ମକ ହୋଇଛନ୍ତି । ଆନ୍ଦୋଳନକାରୀ ଏକ କାର୍ ଜାଳିଦେବାର ସୂଚନା ରହିଛି । ତେବେ କର୍ମୀଙ୍କୁ ଏହା କରିବା ଲାଗି ପ୍ରଦୀପ ମାଝୀ ଉସକାଉଥିବାର ଅଭିଯୋଗ ହୋଇଛି । ଏପରି କି ଫୋନରେ ନିର୍ଦ୍ଦେଶ ଦେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି ।

ତେବେ ଏହାକୁ ସ୍ବୀକାର କରି ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ । ଏନେଇ ସେ କହିଛନ୍ତି, ନବରଙ୍ଗପୁରରେ ଲୋକେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ଏଠାରେ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ପରି ଘଟଣା ବଢିବାରେ ଲାଗିଛି । ଫଳରେ ଉତକ୍ଷିପ୍ତ ହୋଇ କିଛି କଂଗ୍ରେସକର୍ମୀ ପୋଡାଜଳା କରିଛନ୍ତି । ଏହାସହ ଯଦି ନ୍ୟାୟ ନମିଳେ ଆଗକୁ ଆନ୍ଦୋଳନ ତୀବ୍ରତର ହେବାନେଇ ସେ ଚେତାବନୀ ଦେଇଛନ୍ତି ।

ଗତ 14 ତାରିଖ ଦିନ ନବରଙ୍ଗପୁରର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ହୋଇଥିଲା । ଏହି ଅଭିଯୋଗକୁ 13 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଘଟଣା ଉପରୁ ପରଦା ଉଠାଇ ପାରିନାହିଁ । ଘଟଣାର ତଦନ୍ତରେ ପୋଲିସ ନିଷ୍କ୍ରିୟତା ତଥା ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Dec 26, 2019, 5:22 PM IST

ABOUT THE AUTHOR

...view details