ଓଡିଶା

odisha

By

Published : Dec 21, 2019, 3:05 PM IST

ETV Bharat / state

କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାକୁ ନେଇ ସାରା ଜିଲ୍ଲାରେ ଉଷ୍ମତା ଭରିରହିଛି । ଏନେଇ ପ୍ରେସମିଟ କରିଛି କଂଗ୍ରେସ । ଅଧିକ ଖବର ପଢନ୍ତୁ...

କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା
କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା

ନବରଙ୍ଗପୁର: ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାକୁ ନେଇ ସାରା ଜିଲ୍ଲାରେ ଉଷ୍ମତା ଭରିରହିଛି । ଘଟଣାରେ ମୃତ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ଘଟଣାରେ ଜଡିତ ପ୍ରକୃତ ଦୋଷୀକୁ ଗିରଫ କରିବାରେ ବର୍ତ୍ତମାନ ସୁଦ୍ଧା ପୋଲିସ ବିଫଳ ହୋଇଛି । ଘଟଣାର ରହସ୍ୟ ଉପରୁ ବର୍ତ୍ତମାନ ସୁଦ୍ଧା ପରଦା ଉଠାଇପାରିନଥିବା ପୋଲିସ ର ଅପାରଗତାକୁ ପଦାରେ ପକାଇଥିବା କଂଗ୍ରେସ କହିଛି ।

କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା

କୁନ୍ଦୁଲି ଘଟଣା ଭଳି ଏହି ଘଟଣା କୁ ମଧ୍ୟ ଚାପିଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ବିଳମ୍ବିତ ନ୍ୟାୟ ପ୍ରକୃତ ନ୍ୟାୟ ହୋଇନଥିବାରୁ ଚଞ୍ଚଳ ଏହି ଘଟଣାର ରହସ୍ୟ ଉପରୁ ପରଦା ଉଠାଇବାକୁ ଦାବି କରିଛନ୍ତି ପ୍ରଦୀପ ।

ପୋଲିସ ପ୍ରଶାସନ ଶୁକ୍ରବାର ଗୁମଣ୍ଡଳୀ ଗ୍ରାମକୁ ଯାଇ ମୃତ ନାବାଳିକାଙ୍କ ପରିବାରକୁ ଭେଟି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କିଭଳି ପରିସ୍ଥିତିରେ ନାବାଳିକାଙ୍କ ସହିତ ଘଟଣା ଘଟିଥିଲା ସେ ନେଇ ଆଲୋଚନା କରିଛନ୍ତି । ମୃତ ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଓ ତଣ୍ଟି ଚିପି ମାରି ଦିଆଯାଇଥିବା ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ ।

ଏଥିସହ ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା ପ୍ରତି ଟିକେ ମାତ୍ର ଚିନ୍ତା ନଥିବାବେଳେ ନାରୀ ନିର୍ଯାତନା ରାଜ୍ୟରେ ବୃଦ୍ଧି ପାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ନାରୀ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିର୍ଭୟା ଫଣ୍ଡ ବାବଦକୁ ୩୬୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ କିନ୍ତୁ ରାଜ୍ୟ ସରକାର କେବଳ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଥିବା ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁରରୁ ତୁପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details