ନବରଙ୍ଗପୁର:ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ କ୍ୟାବିନେଟ ମୋହର ଜିଲ୍ଲା ନବରଙ୍ଗପୁରରେ ରାଜନୀତି ଜୋରଦାର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ବିଜେଡି ଏହାର ଶ୍ରେୟ ନେବାକୁ ଉଦ୍ୟମ କରୁଥିବା ବେଳେ ଏହା ନିର୍ବାଚନୀ ଧୂଆଁ ବାଣ ବୋଲି କହିଛି କଂଗ୍ରେସ ।
ନବରଙ୍ଗପୁର ଜିଲ୍ଲା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାର୍ବଣ ଭେଟି ସ୍ୱରୂପ ଇନ୍ଦ୍ରାବତୀ ନଦୀରୁ ଜିଲ୍ଲାର ଚାଷ ଜମିକୁ ଜଳସେଚନ ପ୍ରକଳ୍ପ ନେଇ କ୍ୟାବିନେଟ୍ରେ ଅର୍ଥର ବ୍ୟବସ୍ଥା କରିଥିଲେ । ଏନେଇ କ୍ୟାବିନେଟ୍ରେ 391 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଥିବା ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ପ୍ରେସ୍ମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଉକ୍ତ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ବହୁ ଦିନର ଦାବି ହୋଇଆସୁଥିବା ବେଳେ ଇନ୍ଦ୍ରାବତୀ ଡ୍ୟାମ୍ରୁ ଚାଷ ଜମିକୁ ଜଳସେଚନ କେବଳ ଏକ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ବାସ୍ତବ ରୂପ ଦେଇଥିବା କଥା କହିଥିଲେ 2 ବିଧାୟକ ।
ଏହାମଧ୍ୟ ପଢନ୍ତୁ..ନବରଙ୍ଗପୁର ଚାଷୀଙ୍କ ଦାବି ହେଲା ପୂରଣ, ଇନ୍ଦ୍ରାବତୀ ନଦୀରୁ ହେବ ଜଳସେଚନ
ସେ ଆହୁରି ମଧ୍ୟ କହିଛନ୍ତି,"ଦ୍ଵିତୀୟ ପର୍ଯ୍ୟାୟ ପାର୍ବତ୍ୟଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବା ନେଇ ଲକ୍ଷ୍ୟ ରଖା ଯାଇଛି । ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନାରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଜଳସେଚନ ପାଇଁ 391 କୋଟି 42 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଥିବା ବେଳେ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଜିଲ୍ଲାର ୯୯୦୦ ହେକ୍ଟର ଜମି ଜଳସେଚନ ହୋଇପାରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।