ଓଡିଶା

odisha

ଫରେଷ୍ଟରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

By

Published : Oct 2, 2019, 11:23 AM IST

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କୁନ୍ଦେଇ ଫରେଷ୍ଟର ଏମ.ଡି ଅବଦୁଲ ସମରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ l ଜଣେ ମହିଳାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାର ରାଇଘର ବ୍ଲକ କୁନ୍ଦେଇ ଫରେଷ୍ଟର ଏମ.ଡି ଅବଦୁଲ ସମରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ l ଜଣେ ମହିଳାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସମସ୍ତ ପ୍ରଶାସନିକ ପାଖରେ ଗୁହାରି କରି ନିରାଶ ହେବା ପରେ ଶେଷରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସାହାରାରେ ଗଣମାଧ୍ୟମଙ୍କ ପାଖରେ ନ୍ୟାୟ ଭିକ୍ଷା କରିଛନ୍ତି ମହିଳା l

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

କଳାହାଣ୍ଡି ଜିଲ୍ଲାର ଲଷ୍ମୀ ନାୟକ ନାମକ ମହିଳାଙ୍କୁ ଫରେଷ୍ଟର ଚାକିରି କରାଇ ଦେବା ପ୍ରଲୋଭନ ଦେଖାଇ ନିଜ ପାଖରେ ରଖିଥିଲେ । ପରବର୍ତ୍ତୀ ସମୟରେ ଫରେଷ୍ଟର ଏମ.ଡି ଅବଦୁଲ ପ୍ରଥମ ପତ୍ନୀକୁ ଛାଡ଼ପତ୍ର ଦେଇ ସମ୍ପୃକ୍ତ ମହିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ଧର୍ମ ପରିବର୍ତ୍ତନ କରିଥିବା ବି ଅଭିଯୋଗ ହୋଇଛି ।

ମହିଳା ଜଣଙ୍କର ପୂର୍ବରୁ 7 ବର୍ଷର ପୁଅ ଥିବା ବେଳେ ଏବେ ପୁଣି ଗର୍ଭବତୀ ଅଛନ୍ତି । କେବଳ ସେତିକି ନୁହେଁ 7 ବର୍ଷର ପୁଅର ବି ଧର୍ମ ପରିବର୍ତ୍ତନ କରି ନିଜ ବାପା ପରିଚୟରେ ସ୍କୁଲରେ ଦାଖଲ କରିଥିବା ମହିଳା ଜଣଙ୍କ କହିଛନ୍ତି l ତେବେ ଘଟଣାରେ ନୂଆ ଟ୍ବିଷ୍ଟ ବି ଦେଖିବାକୁ ମିଳିଛି । ପ୍ରଥମ ପତ୍ନୀ ଘଟଣା ଜାଣିବା ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଶି ଅଭିଯୋଗ କରିଥିବା ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଆସୁଛନ୍ତି l

ତେବେ ଅଭିଯୋଗ ଅନୁସାରେ, ଘଟଣାକୁ ନେଇ ମହିଳା ଜଣକ ରାଇଘର ଥାନା ଏବଂ ଏସପିଙ୍କ ପାଖରେ ଅଭିଯୋଗ କରିବା ସତ୍ତ୍ବେ ନ୍ୟାୟ ମିଳିନଥିବା କହିଛନ୍ତି । ଏହାସହ ଗୋଟିଏ ସାମାଜିକ ସଂସ୍ଥା ନ୍ୟାୟ ଦେବା ପାଇଁ 40 ହଜାର ଟଙ୍କା ଦାବି କରିଥିବା ସେ କହିଛନ୍ତି l ଏହି ଘଟଣାକୁ ନେଇ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପ୍ରତାରିତ ମହିଳାଙ୍କୁ ନ୍ୟାୟ ନ ଦେଲେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସୂଚନା ଦେଇଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details