ଓଡିଶା

odisha

ETV Bharat / state

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

29 ତାରିଖ ଯାଏ ନବରଙ୍ଗପୁର ଜିଲ୍ଲାକୁ ଲକ ଡାଉନ । ଲକ ଡାଉନ ଘୋଷଣା ହେବାର 2 ଦିନ ପରେ ଆଜି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ବୁଲି ଦେଖିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଚାନକ ଗସ୍ତ
ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

By

Published : Mar 23, 2020, 1:50 PM IST

Updated : Mar 23, 2020, 1:58 PM IST

ନବରଙ୍ଗପୁର: ଜିଲ୍ଲାର 2ଟି ମ୍ୟୁନିସିପାଲିଟିକୁ ଲକ ଡାଉନ ଘୋଷଣା କରିବା ପରେ ଆଜି ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଇସୋଲେସନ ୱାର୍ଡର ପରିଦର୍ଶନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଏହି ଅବସରରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ମେଡିକାଲରେ ସମ୍ଭାବ୍ୟ କୋରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟଚିକିତ୍ସାଳୟ କେତେ ପ୍ରସ୍ତୁତ ରହିଛି ସେନେଇ ଯାଞ୍ଚ କରିଥିଲେ।

ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ସହ ମିଶି ମେଡିକାଲର ଆଇସୋଲେସନ ୱାର୍ଡ ବୁଲି ଥିଲେ । ଏଥିସହ ୱାର୍ଡରେ କଣ କଣ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ସେନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ତେବେ ମେଡିକାଲ ପରିଦର୍ଶନ ସମୟରେ ମେଡିକାଲର ପାରିପାର୍ଶ୍ବିକ ଦେଖି ସ୍ଥିତି ବିଗିଡି ଯାଇଥିଲେ ଜିଲ୍ଲାପାଳ ।

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

ଏହାସହ କୋରୋନା ସଂକ୍ରମିତ ପାଇଁ ବିଶେଷ ଭାବେ ସ୍ବଚ୍ଛତା ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ମେଡିକାଲ ପରିସର ପରିଷ୍କାର ପରିଚ୍ଛନତା ନ ଥିବାରୁ ମେଡିକାଲ ପରସରକୁ ସଫା ରଖିବା ପାଇଁ କଡା ତାଗିଦ ମଧ୍ୟ କରିଥିଲେ ଜିଲ୍ଲାପାଳ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 23, 2020, 1:58 PM IST

ABOUT THE AUTHOR

...view details