ନବରଙ୍ଗପୁର:ପୋଖରୀରେ ଗାଧୋଇବା ହେବା କାଳ । ଗାଧୋଇବା ବେଳେ ବୁଡି ନାବାଳିକା ମୃତ । ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଆମ୍ବ ଗ୍ରାମରେ । ମୃତ ନାବାଳିକା ହେଲେ ଆମ୍ବ ଗାଁର ଧନୀରାମ ହରିଜନଙ୍କ ଝିଅ ବର୍ଷା ହରିଜନ । ବୟସ ୧୦ ବର୍ଷ ।
ସୂଚନା ଅନୁଯାୟୀ, ଧନୀରାମ ହରିଜନର ଝିଅ ବର୍ଷା ହରିଜନ ଓ ତା ସାଥୀମାନେ ଆମ୍ବ ଗାଁ ନିକଟ ଏକ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ବର୍ଷାର ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲା । ସାଥୀ ସାଙ୍ଗମାନେ ବର୍ଷା ପାଣିରେ ବୁଡି ଯିବାପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଗଭୀର ପୋଖରୀରୁ ବର୍ଷାକୁ ଉଦ୍ଧାର କରିଥିଲେ ।