ଓଡିଶା

odisha

ETV Bharat / state

ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା - ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା

ନବରଙ୍ଗପୁର ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା । ଗୁରୁବାର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା ।

Case register against congress
ନବରଙ୍ଗପୁର ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା

By

Published : Dec 27, 2019, 11:40 PM IST

ନବରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ଗୁରୁବାର କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡ଼ାକରାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜ ମୋବାଇଲରେ କାହା ସହ କଥା ହେବା ବେଳେ ପେଟ୍ରୋଲ, ଡିଜେଲ ରେଡି ରଖ । ନିର୍ଦ୍ଦେଶ ଗଲେ ନିଆଁ ଲଗାଇଦେବ କହୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

ନବରଙ୍ଗପୁର ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା

ଏହାପରେ ନବରଙ୍ଗପୁର ସହର ମଧ୍ୟରେ ଏକ ଅବ୍ୟବହୃତ କାରରେ ନିଆଁ ଲାଗିଥିଲା । ଯାହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ସହ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ରାସ୍ତା ଉପରେ ଟାୟାର ଜାଳି ନିଆଁ ଲଗାଇଥିଲେ । ଏହା ସହ ଗାଡି ମୋଟର ଛାଡିନଥିଲେ ।

ଉକ୍ତ ଘଟଣାରେ ସରକାରୀ ସମ୍ପତ୍ତି ନଷ୍ଟ ସହ ହିଂସାକାଣ୍ଡକୁ ଉସୁକାଇବା ଗାଡି ପୋଡିବା ଏବଂ ଅନ୍ୟାନ୍ୟ ଘଟଣାରେ ପୋଲିସ କିଛି କଂଗ୍ରେସ କର୍ମୀ ଏବଂ ପ୍ରଦୀପ ମାଝୀଙ୍କ ନାଁରେ ମାମଲା ରୁଜୁ କରିଛି । ସହର ବନ୍ଦ କରିବା ଏବଂ ହିଂସାକୁ ଉସକାଇବା ଦ୍ବାରା ତଦନ୍ତରେ ବାଧା ସୃଷ୍ଟି ହେଇଥିବା ନେଇ ମଧ୍ୟ କେସ୍ ହୋଇଛି । ନବରଙ୍ଗପୁର ଥାନାରେ କେଶ ନମ୍ବର 310ରେ ମାମଲା ରୁଜୁ ହୋଇଥିବା ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ବିଫଳ ହୋଇଥିବା ପୋଲିସ ସେହି ଘଟଣାକୁ ଘଣ୍ଟ ଘଉଡାଇବା ପାଇଁ ପୋଲିସର ଏହା ଏକ ଉଦ୍ୟମ ବୋଲି କଂଗ୍ରେସ ଜିଲ୍ଲା ସଭାପତି ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷେ ଗଣମାଧ୍ୟମରେ ବିଜେଡି ନେତା ସଞ୍ଜୟ ଦାସ ବର୍ମା ଦେଇଥିବା ସଫେଇକୁ ବେଶ ନିନ୍ଦା କରିଛନ୍ତି ମା' ଘର ସଭାପତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details