ନବରଙ୍ଗପୁର: ନିଜ ବୟାନ ଲାଗି ଅଡୁଆରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହି ଆସୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ଅଡ଼ୁଆରେ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅସଭ୍ୟ ଟିପ୍ପଣୀ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା । ଏନେଇ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ନବରଙ୍ଗପୁର ଟାଉନ୍ ଥାନାରେ ଏକ ଏତଲା ଦାୟର କରାଯାଇଛି ।
ଅଡ଼ୁଆରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା, ଥାନାରେ ଏତଲା - bjp filed case against Ram Gopal Varma statement
ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅସଭ୍ୟ ଟିପ୍ପଣୀ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଫିଲ୍ମ ନିର୍ଦ୍ଦେଶ ରାମ ଗୋପାଲ ବର୍ମା । ଏନେଇ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ନବରଙ୍ଗପୁର ଟାଉନ୍ ଥାନାରେ ଏକ ଏତଲା ଦାୟର କରାଯାଇଛି । ଅଧିକ ପଢନ୍ତୁ
ଅଡ଼ୁଆରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା, ଥାନାରେ ଏତଲା
ଅଡ଼ୁଆରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା, ଥାନାରେ ଏତଲା
ରମା ଗୋପାଲ ବର୍ମା ଟ୍ବିଟ ଯୋଗେ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଜିଲ୍ଲା ବିଜେପି । ରାମ ଗୋପାଳ ବର୍ମା ଗତ 22 ତାରିଖରେ ଏକ ଟ୍ବିଟ କରି କହିଥିଲେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ ? ଏହାଠାରୁ ବି ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୌରବ କିଏ ? ତାଙ୍କର ଏପରି ଟ୍ବିଟ୍ ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର