ଓଡିଶା

odisha

ETV Bharat / state

ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ, 2 ଗିରଫ - ମଇଦଲପୁର ପୋଲିସ

ସାଧାରଣ ଯାତ୍ରୀଙ୍କ ଭଳି ବ୍ୟାଗରେ ଗଞ୍ଜେଇ କାରବାର କରୁଛନ୍ତି ମାଫିଆ । ବସରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଧରିବାରେ ସଫଳ ହୋଇଛି ମଇଦଲପୁର ପୋଲିସ ।

ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ, 2 ଗିରଫ
ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ, 2 ଗିରଫ

By

Published : Mar 13, 2021, 10:46 AM IST

ନବରଙ୍ଗପୁର:ବସରେ ଚାଲାଣ ହେଉଛି ଗଞ୍ଜେଇ । ପୁଣି ଖାଲି ବସ ନୁହେଁ ଯାତ୍ରୀବାହୀ ବସ​‌ରେ ଗଞ୍ଜେଇ ଚାଲାଣ କାରବାର ହେଉଥିବାର ଖବର ସାମ୍ନାକୁ ଆସିଛି । ସାଧାରଣ ଯାତ୍ରୀଙ୍କ ଭଳି ବ୍ୟାଗରେ ଗଞ୍ଜେଇ କାରବାର କରୁଛନ୍ତି ମାଫିଆ । ବସରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଧରିବାରେ ସଫଳ ହୋଇଛି ମଇଦଲପୁର ପୋଲିସ ।

ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ, 2 ଗିରଫ

ସୂଚନାଅନୁଯାୟୀ ଜୟପୁରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବୁଲ୍ବୁଲ୍ ନାମକ ଏକ ଘରୋଇ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ମଇଦଲପୁର ପୋଲିସ । ଗାଡିଟିକୁ ମଇଦଲପୁର ଫାଣ୍ଡି ନିକଟରେ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରୁ ବାହାରିଥିଲା 30 କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ।

ଅତି ଚାଲାକ୍ ଭାବରେ ଗାଡିର ଲଗେଜେ୍ ବକ୍ସରେ 3 ଗୋଟି ବ୍ୟାଗକୁ ରଖିଥିଲେ ଚାଲାଣକାରୀ । ଗାଡ଼ିର ଯାଞ୍ଚ ସରିବା ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟଏକ ଗାଡ଼ିରେ ପଠାଇଥିଲା ମଇଦଲପୁର ପୋଲିସ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ, ଦାମନଞ୍ଜଡି ଅଞ୍ଚଳର ସୁଷମା ଗୁଣ୍ଠା ଏବଂ ବିହାରର ନନ୍ଦ କୁମାର ବୋଲି ଜଣାପଡିଛି । ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୀର୍ଘ ଦିନ ଧରି ଗଞ୍ଜେଇ ଚାଲାଣ ଉପରେ ପୋଲିସ ଅଙ୍କୁଶ ଲଗାଇ ପାରୁନଥିବା ବେଳେ ଏହି ଚେର କେତେଦୂର ଲମ୍ବିଛି ତାହା ଏହି ଘଟଣାକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି । ସବୁଜ ଜହରର କାରବାରକୁ ରୋକିବା ପାଇଁ ପୋଲିସ ଏବେ ନିଷ୍କ୍ରିୟ ହୋଇପଡିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details