ଓଡିଶା

odisha

By

Published : Dec 23, 2019, 9:43 PM IST

ETV Bharat / state

ନାବାଳିକାକୁ ନ୍ୟାୟ ଦାବିରେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ଘଟଣାକୁ 10 ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିପାରି ନାହିଁ ପୋଲିସ । ସେପଟେ, ପୀଡିତାଙ୍କ ଆତ୍ମାର ସଦଗତି ନିମନ୍ତେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି ।

candle march
ନ୍ୟାୟ ଦାବିରେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି

ନବରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପୀଡିତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏବଂ ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି । ପୀଡିତାଙ୍କ ପରିବାର, ଜିଲ୍ଲା କଂଗ୍ରେସ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ରାଲି କରାଯାଇଥିଲା ।

ନ୍ୟାୟ ଦାବିରେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି

ଘଟଣାକୁ 10 ଦିନ ବିତିଯାଇଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ଗିରଫ କରିନାହିଁ । ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନଥିବାବେଳେ କେବଳ ଉପର ଠାଉରିଆ ଭାବେ କିଛି ଯୁବକକୁ ପଚରା ଉଚୁରା କରିଥିବାର ଅଭିଯୋଗ କରିଛନ୍ତି ପ୍ରଦର୍ଶନକାରୀ । ରାଜ୍ୟ ସରକାର କୁନ୍ଦୁଲି ଘଟଣା ଲୁଚାଇବା ପାଇଁ ଜାଣିଶୁଣି ତଦନ୍ତ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଓ ପ୍ରଦର୍ଶନକାରୀ ।

ଏହି ରାଲି ସଦାଶିବ ପାର୍କ ଠାରୁ ଆରମ୍ଭ କରି ସହର ପରିକ୍ରମା କରିବା ପରେ ଚର୍ଚ୍ଚ ଠାରେ କ୍ୟାଣ୍ଡେଲ ରାଲି କରାଯାଇଥିଲା । ଘଟଣାରେ ତୁରନ୍ତ ଦୋଷୀଙ୍କ ଗିରଫ ଦାବି କରି ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆସନ୍ତା ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details