ଓଡିଶା

odisha

ETV Bharat / state

Panchayat Poll: ଛୁଆକୁ କୋଳରେ ଧରି ଉଚ୍ଚଶିକ୍ଷିତା ମାଆର ଭୋଟ ଭିକ୍ଷା - ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ରାଜନୈତିକ ଉଷ୍ମତା । ସେହିପରି ଗାଁମୁହାଁ ହେଉଛନ୍ତି ନେତା ଓ ମନ୍ତ୍ରୀ । ଅଧିକ ପଢନ୍ତୁ

Panchayat Poll: ଛୁଆକୁ କୋଳରେ ଧରି ଉଚ୍ଚଶିକ୍ଷିତା ମାଆର ଭୋଟ ଭିକ୍ଷା
Panchayat Poll: ଛୁଆକୁ କୋଳରେ ଧରି ଉଚ୍ଚଶିକ୍ଷିତା ମାଆର ଭୋଟ ଭିକ୍ଷା

By

Published : Feb 14, 2022, 4:29 PM IST

ନବରଙ୍ଗପୁର:ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ରାଜନୈତିକ ଉଷ୍ମତା । ସେହିପରି ଗାଁମୁହାଁ ହେଉଛନ୍ତି ନେତା ଓ ମନ୍ତ୍ରୀ । ସବୁଠି ଦେଖିବାକୁ ମିଳୁଛି ଭୋଜିଭାତର ଆସର ।

ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ଲଢୁଛନ୍ତି ଗୀତାଞ୍ଜଳି ପୂଜାରୀ । ସାଙ୍ଗରେ ନିଜର ୧୦ ମାସର ଛୁଆକୁ ଧରି ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । ସେହିପରି ଗୀତାଞ୍ଜଳି ଜଣେ ଉଚ୍ଚଶିକ୍ଷିତା ହୋଇଥିବାବେଳେ ସେ ଗ୍ରାଜୁଏସନ୍ ସହ ସିଟି ମଧ୍ୟ କରିଛନ୍ତି ।

ଅନ୍ୟପଟେ ଚାକିରୀ କରିବା ପରିବର୍ତ୍ତେ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଓହ୍ଲାଇଛନ୍ତି । ସେ ନିଜର ୧୦ ମାସର ଛୁଆକୁ ଧରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି । ଭୋଟର ନିକଟରେ ପହଞ୍ଚି ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି ।

ଅପରପକ୍ଷେ ଭୋଟର ମଧ୍ୟ ଜଣେ ଶିକ୍ଷିତା ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଲେ ଅଂଚଳର ବିକାଶ ହେବା ନେଇ ମନରେ ଆଶା ରଖିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details