ନବରଙ୍ଗପୁର: କ୍ଷୁଦ୍ର ଶିଳ୍ପ ଓ ପଶୁସମ୍ପଦ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗସ୍ତରେ ଆସିଛନ୍ତି । ଓଡିଶାରେ ଗୋ ଚାଲାଣ ରୋକିବା ଓ ଗୋ ସୁରକ୍ଷା ଆଇନକୁ କିପରି କଡାକଡି କରାଯିବ ସେ ନେଇ କେନ୍ଦ୍ରମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ଏହାସହ ପଚଂଗବ୍ୟକୁ ନେଇ ଉଦ୍ୟଗ କରାଯିବ, ମତ୍ସ୍ୟ ଓ ମହୁ ଚାଷରେ ଉନ୍ନତି କରାଯିବ ସେନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଉମରକୋଟ ଵିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଅବତରଣ କରିବା ପରେ ସ୍ଥାନୀୟ ରାମକୃଷ୍ଣ ମିଶନଠାରେ ମା ସାରଦାଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇଥିଲେ। ମା' ସାରଦା ଓ ରାମକୃଷ୍ଣଙ୍କ ଜୀବନୀ ବିଷୟରେ କହିବା ସହ ସନାତନ ଧର୍ମ ତଥା ହିନ୍ଦୁ ଧର୍ମର ପ୍ରଚାର ପ୍ରସାରରେ ସେମାନଙ୍କ ଭୂମିକା କଣ ରହିଥିଲା ଏବଂ ଜଣେ ମା ଭାବରେ କିପରି ବିଶ୍ବରେ ପରିଚିତ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।