ନବରଙ୍ଗପୁର: ଜିଲ୍ଲାର ରାଇଘର ଥାନା ଅଧୀନସ୍ଥ ହାତୀବେନା ଗ୍ରାମରେ ଜମିରେ ଚାଷ କରିବାକୁ ନେଇ ଭାଇକୁ ହତ୍ୟା କଲା ଭାଇ । ମୃତକ ଜଣକ ହେଲେ ହାତୀବେନା ଗ୍ରାମର ଦେବ ସିଂ ଗଣ୍ଡ । ହାତୀବେନା ଗ୍ରାମର ଦେବ ସିଂ ଗଣ୍ଡ ଗତବର୍ଷ ତାଙ୍କ ପୈତୃକ ଜମି ମଧ୍ୟରୁ ଏକ ଏକର ଜମିରେ ଚାଷ କରିଥିଲେ । କିନ୍ତୁ ଚାଷ ପାଇଁ ଯେତିକି ଖର୍ଚ୍ଚ ହୋଇଥିଲା ସେହି ପରିମାଣରେ ଫସଲ ଆଦାୟ ହୋଇପାରିଲା ନାହିଁ । ଫଳରେ ଦେବସିଂଙ୍କ ଚାଷରେ କ୍ଷତି ହୋଇଥିଲା ।
ଏହି କାରଣରୁ ଚଳିତ ବର୍ଷ ମଧ୍ୟ ସେହି ଜମିରେ ପୁଣିଥରେ ଚାଷ କରି ଗତବର୍ଷ ହୋଇଥିବା କ୍ଷତିର ଭରଣା କରିବାକୁ ଚାହୁଁଥିଲେ । ଏହି ବିଷୟରେ କଥା ହେବା ପାଇଁ ସେ ନିଜ ବଡ଼ ବାପାଙ୍କ ପୁଅ ଭାଇ କମଲୁ ଗଣ୍ଡଙ୍କ ନିକଟକୁ ଯାଇଥିଲେ କିନ୍ତୁ ଦେବସିଂଙ୍କ କଥାରେ କମଲୁ ରାଜି ହୋଇନଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।