ଓଡିଶା

odisha

ETV Bharat / state

ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ, ଆନ୍ଦୋଳନ ପାଇଁ ଚେତାବନୀ - nabarangpur news

କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା ଗ୍ରାମ ନିକଟସ୍ଥ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ ଯୋଗୁଁ ଅଞ୍ଚଳବାସୀ ତାତିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀ ଅଗାମୀ ଦିନରେ ଆନ୍ଦୋଳନ କରିବାକୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

bridge-problem-in-indrabati-river-public-threaten-to-administrative-of-nabarangpur-dist
ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

By

Published : Feb 1, 2020, 6:55 AM IST

ନବରଙ୍ଗପୁର: ଜିଲ୍ଲାର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା ଗ୍ରାମ ନିକଟସ୍ଥ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ ଯୋଗୁଁ ଅଞ୍ଚଳବାସୀ ତାତିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀ ଅଗାମୀ ଦିନରେ ଆନ୍ଦୋଳନ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଚିର୍ମା , ମଦେଇଗାଁ , କୋକଡ଼ିସେମଳା ଏହି ତିନି ପଞ୍ଚାୟତର ଜନପ୍ରତିନିଧି ଓ ଅଞ୍ଚଳବାସୀ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହ ଯନ୍ତ୍ରୀଙ୍କୁ ଏନେଇ ଲିଖିତ ଭାବେ ଜଣାଇଛନ୍ତି ।

ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ, ଆନ୍ଦୋଳନ ପାଇଁ ଚେତାବନୀ

ଗତ ୨୦୧୬ ମସିହାରେ ଚିର୍ମା ନିକଟସ୍ଥ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଟେଣ୍ଡେର ଆହ୍ବାନ କରାଯାଇଥିଲା । ଉକ୍ତ କାର୍ଯ୍ୟ ପାଇଥିବା ଠିକାଦାର ଆଜି ପର୍ଯ୍ୟନ୍ତ ମାତ୍ର ୧୨ ପ୍ରତିଶତ କାର୍ଯ୍ୟ କରିଥିବା ବେଳେ ଗତ ୨୦୧୮ ଏପ୍ରିଲ ମାସଠାରୁ ପୋଲ ନିର୍ମାଣ କାର୍ଯ୍ୟ ନକରି ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ସରକାରଙ୍କ ଚୁକ୍ତି ଅନୁଯାୟୀ ୨ ବର୍ଷ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବା କଥା,କୌଣସି ପ୍ରଶାସନିକ ଅଧିକାରୀ ଏନେଇ କୌଣସି ପ୍ରକାର ପଦକ୍ଷେପ ନେଉନଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇ ପଡିରହିଛି ।

ନବରଙ୍ଗପୁର ଜିଲ୍ଲା ଚିର୍ମା , ମଦେଇଗାଁ , କୋକଡ଼ିସେମଳା ତିନି ପଞ୍ଚାୟତର ଛାତ୍ର ଛାତ୍ରୀ , ଚାଷୀ, ଶ୍ରମିକ,ସରକାରୀ କର୍ମଚାରୀ ମାନେ ପ୍ରତ୍ୟକ ଦିନ ଇନ୍ଦ୍ରାବତୀ ନଦୀ ସେପଟେ ଥିବା କୋରାପୁଟ ଜିଲ୍ଲା କୋଟପାଡ଼ ସହର ଉପରେ ନିର୍ଭରଶୀଳ । ବର୍ଷସାରା ଦେଶୀ ଦଦରା ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇଥାନ୍ତି , ଏମିତିକି ବର୍ଷା ଦିନେ ନଦୀରେ ବହୁତ ପାଣି ଥାଏ , ବେଳେବେଳେ ଡଙ୍ଗା ବୁଡିବା ଘଟଣା ବହୁବାର ନଜିର ରହିଛି । ଲୋକେ ବର୍ଷସାରା ବିପଦପୂର୍ଣ ଅବସ୍ଥାରେ ନଦୀପାର ହୁଅନ୍ତି । ଏବର୍ଷ ଲୋକେ କାଠ ପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି ।

ଯଦି ଏକ ମାସ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ନହୁଏ ତେବେ ଏକମାସ ପରେ ଏହି ତିନି ପଞ୍ଚାୟତ ବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏହାର ଅବିକଳ ନକଲ ନବରଙ୍ଗପୁର ଜିଲ୍ଲାପାଳ , S.E ସୁନାବେଡା , E.I.C ଗ୍ରାମ ଉନୟନ ବିଭାଗ ଭୁବନେଶ୍ବର , ଗ୍ରାମ ଉନ୍ନୟନ ସଚିବ ଭୁବନେଶ୍ବର , ନବରଙ୍ଗପୁର ବିଧାୟକ ଓ ନବରଙ୍ଗପୁର ସାଂସଦଙ୍କୁ ପ୍ରେରଣ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ପୋଲ ନିର୍ମାଣ କାର୍ଯ୍ୟ ଉପରେ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details