ନବରଙ୍ଗପୁର: ବର୍ଷାରେ ଭୁଶୁଡିଲା ପୋଲ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ବଡମସିଗାଁ ପୋଲ ବର୍ଷାରେ ଭୁଶୁଡି ପଡିଛି । ଏହି ପୋଲଟି କୋଶାଗୁମୁଡ଼ା ବ୍ଲକକୁ ସଂଯୋଗ କରୁଛି । ଏହି ପୋଲ ଦେଇ ଦୈନିକ ଶହ ଶହ ଗାଡି ଯାତାୟାତ କରେ । ପୋଲ ଭୁଶୁଡି ପଡିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ଦୀର୍ଘ ଚାଳିଶି ବର୍ଷ ପୂର୍ବେ ଏହି ପୋଲଟି ନିର୍ମାଣ ହୋଇଥିବା ବେଳେ ଶହଶହ ଭାରି ଯାନ ଚଳାଚଳ ଫଳରେ ପୋଲଟି ଜରାଜୀର୍ଣ୍ଣ ହୋଇପଡିଥିଲା ।
ମୌସୁମୀ ବର୍ଷାରେ ଭୁଶୁଡିଲା ପୋଲ - bridge collapsed during the rain in nabarangapur
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ବଡମସିଗାଁ ପୋଲ ବର୍ଷାରେ ଭୁଶୁଡି ପଡିଛି । ଫଳରେ ଯାତାୟତ ପାଇଁ ନାନା ହଇରାଣ ହେଉଛନ୍ତି ଲୋକେ...
ମୌସୁମୀ ବର୍ଷାରେ ଭୁଶୁଡିଲା ପୋଲ
ତେଣୁ ନୂତନ ପୋଲ ନିର୍ମାଣ ପାଇଁ ଅନେକ ଦିନ ଧରି ଦାବି ହୋଇଆସୁଥିଲା । କିନ୍ତୁ ଚଳିତ ବର୍ଷ ମୌସୁମୀ ପ୍ରବେଶର ପ୍ରଥମ ବର୍ଷାରେ ହିଁ ପୋଲଟି ଭୁଶୁଡି ପଡିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲ ଭୁଶୁଡି ଯିବାରୁ ବର୍ତ୍ତମାନ ଜନସାଧାରଣଙ୍କୁ 40 କିଲୋମିଟର ରାସ୍ତା ଅତିକ୍ରାନ୍ତ କରିବାକୁ ପଡିବ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ