ଭୁଶୁଡିଲା ନିର୍ମାଣଧୀନ ପୋଲ, ଜଣେ ମୃତ 6 ଗୁରୁତର - bridge collaps in talapadar of umorkote
18:34 January 10
ଭୁଶୁଡିଲା ନିର୍ମାଣାଧୀନ ବିଜୁ ସେତୁ,ଜଣେ ମୃତ 6 ଗୁରୁତର । ଉମରକୋଟ ଥାନା ଅନ୍ତର୍ଗତ ତାଲାପଦର ଗାଁରେ ଘଟିଛି । ଆହତ ମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ନବରଙ୍ଗପୁର: ଭୁଶୁଡିଲା ନିର୍ମାଣାଧୀନ ବିଜୁ ସେତୁ,ଜଣେ ମୃତ 6 ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତାଲାପଦର ଗାଁରେ ।
ସୂଚନା ଅନୁଯାୟୀ ଉମରକୋଟ ଥାନା ଅନ୍ତର୍ଗତ ତାଲାପଦର ଗାଁରେ ବିଜୁ ସେତୁ ନିର୍ମାଣକାର୍ଯ୍ୟ ଚାଲୁଥିବାବେଳେ ହଠାତ ଭୁଶୁଡିଛି ନିର୍ମାଣଧୀନ ପୋଲ। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକ ମୃ୍ତ୍ୟୁବରଣ କରିଥିବାବେଳେ 6 ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ଶ୍ରମିକ ଚାପି ହୋଇ ରହିଥିବା ଜଣାପଡିଛି। ଆହତ ମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ