ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଚାଞ୍ଚଲ୍ୟ, ପ୍ରସୂତିଙ୍କୁ ଲାଞ୍ଚ ମାଗିଲେ ମେଡିକାଲ କର୍ମଚାରୀ - bribe demand by medical staff

ଛୁଆ ଜନ୍ମ ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବା ପ୍ରସୂତିଙ୍କୁ ଲାଞ୍ଚ ମାଗିଛନ୍ତି ମେଡିକାଲ କର୍ମଚାରୀ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jul 29, 2019, 6:43 PM IST

Updated : Jul 29, 2019, 7:14 PM IST

ନବରଙ୍ଗପୁର: ସରକାରୀ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଛୁଆ ଜନ୍ମ ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବା ପ୍ରସୂତିଙ୍କୁ ଲାଞ୍ଚ ମାଗିଛନ୍ତି ମେଡିକାଲ କର୍ମଚାରୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ସରକାରୀ ମେଡିକାଲରେ ସୁରକ୍ଷିତ ପ୍ରସବ ନେଇ ସରକାର କାହିଁ କେତେ ଯୋଜନା କରିଥିବା ସତ୍ତ୍ବେ ଏଭଳି ଘଟଣା ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

କୁକୁଡ଼ାବାଇ ଗ୍ରାମର ଗର୍ଭବତୀ ମହିଳା ନିରୂପମା ସାଗରିଆ ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିବା ଫଳରେ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଛୁଆ ଜନ୍ମ ପାଇଁ ପ୍ରସୂତିଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ପଡିଲା । ତେବେ ୨୨ ତାରିଖ ଦିନ ଏହି ଅସ୍ତ୍ରୋପଚାର ସମୟରେ ମେଡିକାଲର ଦୁଇ ଜଣ କର୍ମଚାରୀ ତାଙ୍କୁ ଚାରି ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରସ୍ତୁତିଙ୍କ ପରିବାର ତରଫରୁ ପ୍ରାଥମିକ ଭାବେ ଅସ୍ତ୍ରୋପଚାର ପୂର୍ବରୁ ପାଞ୍ଚ ଶହ ଟଙ୍କା ଦେଇଥିବା ବେଳେ ବଳକା ଟଙ୍କା ଛୁଆ ଜନ୍ମ ପରେ ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ ।

ଛୁଆ ଜନ୍ମ ପରେ ପୁଣି ବଳକା ଟଙ୍କା ମାଗିବା ଫଳରେ ପରିବାର ଲୋକଙ୍କ ତରଫରୁ ଏଡିଏମଓ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା । ମେଡିକାଲ ଏଡିଏମଓ ପ୍ରସୂତିଙ୍କଠାରୁ ଲାଞ୍ଚ ନେବା ଘଟଣାର ଅଭିଯୋଗ ପାଇବା ପରେ ମେଡିକାଲର ଡାକ୍ତରଙ୍କୁ ନେଇ ଏକ ତିନି ଜଣିଆ ଯାଞ୍ଚ କମିଟି ଗଠନ କରାଯାଇଛି । ଏହାର ଦୁଇ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରକାଶ କରି ଓ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ।

ଅପରପକ୍ଷରେ ପ୍ରସୂତିଙ୍କ ପରିବାର ଲୋକଙ୍କୁ କିଛି କର୍ମଚାରୀ ଏହାକୁ ନେଇ ଅଭିଯୋଗ ନକରିବାକୁ ଲେବରରୁମ ଭିତରେ କହୁଥିବା ଦେଖିବାକୁ ମିଳିଛି । ଯାହା କ୍ୟାମେରାରେ କଏଦ ହୋଇଛି । ଯାହାଫଳରେ ସମ୍ପୃକ୍ତ ପରିବାର ପକ୍ଷରୁ ଏନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି । କେବଳ ଏଡିଏମଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ପରିବାର ଲୋକେ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Jul 29, 2019, 7:14 PM IST

ABOUT THE AUTHOR

...view details