ଓଡିଶା

odisha

ETV Bharat / state

ଦୈନିକ ସଂକ୍ରମଣରେ ବ୍ରେକ, 24 ଘଣ୍ଟାରେ 216 କୋରୋନା ଆକ୍ରାନ୍ତ ଚିହ୍ନଟ - ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

କିଛି ଦିନର ବ୍ୟବଧାନ ପରେ ଜିଲ୍ଲାରେ କୋରୋନା ସଂକ୍ରମଣରେ ହ୍ରାସ ଘଟିଛି । ଦିନକରେ 216 ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

ଦୈନିକ ସଂକ୍ରମଣରେ ବ୍ରେକ, 24 ଘଣ୍ଟାରେ 216 କୋରୋନା ଆକ୍ରାନ୍ତ ଚିହ୍ନଟ
ଦୈନିକ ସଂକ୍ରମଣରେ ବ୍ରେକ, 24 ଘଣ୍ଟାରେ 216 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : May 29, 2021, 4:07 PM IST

ନବରଙ୍ଗପୁର: ଜିଲ୍ଲାରେ ଦିନକୁ କୋରୋନା ସଂକ୍ରମଣରେ ହ୍ରାସ ଘଟିବାରେ ଲାଗିଛି । ଗତ ତିନି ଦିନ ହେବ ଜିଲ୍ଲାରେ କୋରୋନା ମିଟର ତଳମୁହାଁ ହେବାରେ ଲାଗିଛି l ଯାହାଫଳରେ ଜିଲ୍ଲାବାସୀଙ୍କୁ କୋରୋନା ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି l ଶନିବାର ଜିଲ୍ଲାରେ 216 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମଣରେ ବ୍ରେକ, 24 ଘଣ୍ଟାରେ 216 କୋରୋନା ଆକ୍ରାନ୍ତ ଚିହ୍ନଟ


ଶନିବାର ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 44, ପାପଡାହାଣ୍ଡି ବ୍ଲକରୁ 34, ରାଇଘର ବ୍ଲକରୁ 24, ନନ୍ଦାହାଣ୍ଡି ବ୍ଲକରୁ 23 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ଓ ନବରଙ୍ଗପୁର ପୌରାଞ୍ଚଳରୁ 20 ଜଣ ଲେଖାଏଁ, ଝରିଗାଁ ବ୍ଲକରୁ 18, ତେନ୍ତୁଳିଖୁଣ୍ଟି ବ୍ଲକରୁ 2, ଉମରକୋଟ ଓ କୋଷାଗୁମୁଡା ବ୍ଲକରୁ 7 ଜଣ ଲେଖାଏଁ, ଡାବୁଗାଁ ବ୍ଲକରୁ 6 ଏବଂ ନବରଙ୍ଗପୁର ବ୍ଲକରୁ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l


ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 2 ଲକ୍ଷ 78 ହଜାର 833 ଜଣଙ୍କର ନମୁନା ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ । ସେଥିମଧ୍ୟରୁ 19 ହଜାର 441 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି 16 ହଜାର 467 । ବର୍ତ୍ତମାନ ମୋଟ 2 ହଜାର 838 ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ 2 ହଜାର 638 ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି । ଏବଂ ଅନ୍ୟ 200 ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details