ଓଡିଶା

odisha

ETV Bharat / state

କୋଭିଡକୁ ନାହିଁ ଖାତିର, କର୍ତ୍ତବ୍ୟରେ ବନ୍ଧା ବୋଟ ଆମ୍ବୁଲାନ୍ସ କର୍ମଚାରୀ - indrabati project

ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦ୍ଵାରା ବିଚ୍ଛିନାଞ୍ଚଳରେ 24 ଘଣ୍ଟିଆ ସେବା ଯୋଗାଉଛନ୍ତି ବୋଟ ଆମ୍ବୁଲାନ୍ସ କର୍ମଚାରୀ । କୋଭିଡକୁ ନାହିଁ ଭୟ । ଅଧିକ ପଢନ୍ତୁ...

କୋଭିଡରକୁ ନାହିଁ ଖାତିର,  କର୍ତ୍ତବ୍ୟରେ ବନ୍ଧା ବୋଟ ଆମ୍ବୁଲାନ୍ସ କର୍ମଚାରୀ
କୋଭିଡରକୁ ନାହିଁ ଖାତିର, କର୍ତ୍ତବ୍ୟରେ ବନ୍ଧା ବୋଟ ଆମ୍ବୁଲାନ୍ସ କର୍ମଚାରୀ

By

Published : May 30, 2021, 9:01 PM IST

ନବରଙ୍ଗପୁର: ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ବିଚ୍ଛିନାଞ୍ଚଳରେ ସ୍ବାସ୍ଥ୍ୟଗତ ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତନ୍ମମଧ୍ୟରୁ ବୋଟ ଆମ୍ବୁଲାନ୍ସ ସେବା ଅନ୍ୟତମ। ବୋଟ ଆମ୍ବୁଲାନ୍ସର କାର୍ଯ୍ୟ ତଥା ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କ ସାହସିକତା ଓ ସେବା ମନୋଭାବକୁ ସାଧାରଣରେ ପ୍ରଶଂସାର ଛୁଅ ଛୁଟିବାରେ ଲାଗିଛି।

କୋଭିଡରକୁ ନାହିଁ ଖାତିର, କର୍ତ୍ତବ୍ୟରେ ବନ୍ଧା ବୋଟ ଆମ୍ବୁଲାନ୍ସ କର୍ମଚାରୀ

ବୋଟ କର୍ମଚାରୀମାନେ କୋରୋନା ସଂକ୍ରମଣକୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇ ଜଳ ଭଣ୍ଡାରରେ ଅନବରତ ସେବା ଯୋଗାଇବାରେ ଲାଗିଛନ୍ତି । ସେଥିପାଇଁ ସ୍ଥାନୀୟ ବାସିନ୍ଦା ସରକାର ଓ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଇନ୍ଦ୍ରାବତୀ ନଦୀବନ୍ଧ ଆରପଟ କଳାହାଣ୍ଡି ଜିଲ୍ଲା ଗୁଞ୍ଜମାଲି ଗାଆଁରୁ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ 108 ଆମ୍ବୁଲାନ୍ସକୁ କଲ କରିଥିଲେ । ଆମ୍ବୁଲାନ୍ସ ତୁରନ୍ତ ସେହି ସ୍ଥାନକୁ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ଯରେ ମହିଳା ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଦେଖିବାକୁ ମିଳିଛି। ହେଲେ ମହିଳାଜଣକ ଗୁରୁତର ହେବାରୁ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନେ ଉକ୍ତ ମହିଳାକୁ ବୋହି ନେଇ ବୋଟରେ ବସାଇ ପଡ଼ାଗୋଡ ବନ୍ଧକୂଳକୁ ଆଣିଥିଲେ । ତେବେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା 108 ଆମ୍ବୁଲାନ୍ସ ଯୋଗେ ମହିଳାଜଣଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତଖାନାକୁ ପଠାଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details