ନବରଙ୍ଗପୁର: ରାଜ୍ୟରେ କୋରାେନା କାୟା ବିସ୍ତାର କରିଛି । ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । କୋରୋନା ପାଇଁ ଯେପରି ରକ୍ତର ଅଭାବ ନ ହେଉ । ରକ୍ତ ବିନା ଯେପରି କାହାର ଜୀବନ ନ ଯାଉ, ଏହି ଉଦ୍ଦେଶ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ହୋଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।
ପୋଲିସ ପକ୍ଷରୁ ରକ୍ତଦାନ ଶିବିର - blood donetion
ରକ୍ତର ଅଭାବ ଦୂର କରିବାକୁ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...
କୋରୋନା ସମୟରେ ରକ୍ତର ଅଭାବ ଦୂର କରୁବାକୁ ଉମରକୋଟ ପୋଲିସ ପକ୍ଷରୁ ଏହି ଶିବିର ଆୟୋଜିତ ହୋଇଥିବା କହିଛନ୍ତି ଥାନା ଅଧିକାରୀ ନରେଶ କୁମାର ପ୍ରଧାନ । ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଏହି ଶିବିର ଆୟୋଜିତ ହୋଇଛି । ଜିଲ୍ଲାରେ ରକ୍ତର ଅଭାବ ହେତୁ ବହୁ ପ୍ରସୂତି ମହିଳା ଓ ଗରିବ ଲୋକଙ୍କ ଜୀବନ ବିପଦରେ ପଡୁଛି । ଗରିବ ଲୋକଙ୍କୁ ବିନା ମୂଲ୍ୟରେ ରକ୍ତ ଯୋଗାଇ ଦେବାକୁ ପୋଲିସମାନଙ୍କ ପକ୍ଷରୁ ଶିବିର ଆୟୋଜିତ ହୋଇଥିବା କହିଛନ୍ତି ଉମରକୋଟ ଏସଡିପିଓ ।
ଆୟୋଜିତ ଶିବିରରେ ବହୁ ସଂଖ୍ୟକ ସ୍ଥାନୀୟ ପୋଲିସଙ୍କ ସମେତ ଅନେକ ସାଧାରଣ ଜନତା ସ୍ବେଚ୍ଛାକ୍ୟୃତ ଭାବରେ ରକ୍ତଦାନ କରିଥିଲେ । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ରକ୍ତ ଭଣ୍ଡାରରେ ମହାମାରୀ କରୋନା ଯୋଗୁଁ ଦିନକୁ ଦିନ ରକ୍ତର ଅଭାବ ଦେଖା ଦେବାରୁ ଆଗାମି ଦିନରେ ରକ୍ତର ପରିମାଣ ବଢାଇବାକୁ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶକ୍ରମେ ଏଭଳି ରକ୍ତ ଦାନ ଶିବିରର ଆୟୋଜିତ ହେବ ବୋଲି କହିଛନ୍ତି ଉମରକୋଟ ଏସଡିପିଓ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ