ନବରଙ୍ଗପୁର: ରାଜ୍ୟ ସରକାରଙ୍କ ୫T କାର୍ଯ୍ୟକାରିତାକୁ ନେଇ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାରଙ୍କ ୫ ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ ଗଠନକୁ ନେଇ ପୂର୍ବତନ ସାଂସଦ ବଳଭଦ୍ର ମାଝି କଟାକ୍ଷ କରିଛନ୍ତି ।
ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଳଭଦ୍ର ଯୋଗ ଦେଇ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସରକାରଙ୍କ ଯୋଜନା ଠିକ ଭାବରେ କାର୍ଯ୍ୟ ହେଉଛି କି ନାହିଁ, ଟ୍ରାନ୍ସଫରେନ୍ସି ଟିମ ୱାର୍କ ମାଧ୍ୟମରେ ଯେଉଁ ନୀତି ଆପଣେଇଛନ୍ତି ତା ହେଲେ ଭିଜିଲାନ୍ସ ବିଭାଗ, କେଉଁ କାମ ଅନୁଧ୍ୟାନ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭିଜିଲାନ୍ସ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ତଦନ୍ତ କରିବାର କ୍ଷମତା ଥିଲା ବେଳେ ଏହାକୁ ଦୁର୍ବଳ କରିବା ପାଇଁ ସରକାର ୫T ଗଠନ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ କାଦୁଅ ମାଟି ରାସ୍ତାକୁ ନିଜେ ମୋରମ ପକାଇ ସମତୁଲ କରିବାକୁ ତାତ୍ସଲ୍ୟ କରିଛନ୍ତି ବଳଭଦ୍ର ।