ଓଡିଶା

odisha

ETV Bharat / state

Rashtrapatni Row: ରାଜରାସ୍ତାକୁ ଓହ୍ଲାଇଲା BJP - ନବରଙ୍ଗପୁରରେ ବିଜେପିର ଆନ୍ଦୋଳନ

କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ଘଟଣା । ନବରଙ୍ଗପୁରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି । ଅଧିକ ପଢନ୍ତୁ

Rashtrapatni Row: ରାଜରାସ୍ତାକୁ ଓହ୍ଲାଇଲା BJP
Rashtrapatni Row: ରାଜରାସ୍ତାକୁ ଓହ୍ଲାଇଲା BJP

By

Published : Jul 30, 2022, 7:20 AM IST

ନବରଙ୍ଗପୁର: ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ଶବ୍ଦ ବ୍ୟବହାର କରିଥିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଜିଲ୍ଲାରେ କଂଗ୍ରେସ ଦଳକୁ "ପାଗଳ" ବୋଲି ଆଖ୍ୟା ଦେଇ ରାଜରାସ୍ତାରେ ଗର୍ଜିଛି ଜିଲ୍ଲା ବିଜେପି । କଂଗ୍ରେସ ନେତାଙ୍କ ବୟାନ ବାଜି ଲଜ୍ଜାଜନକ ବୋଲି କହି ଜିଲ୍ଲା ବିଜେପି ପକ୍ଷରୁ ଅଧୀରଞ୍ଜନ ଚୌଧୁରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

Rashtrapatni Row: ରାଜରାସ୍ତାକୁ ଓହ୍ଲାଇଲା BJP

କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ଅତି ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଜେପି ନେତୃବୃନ୍ଦ । ତଳ ସ୍ତରର ଜଣେ ବ୍ୟକ୍ତି ଆଦିବାସୀ ଦଳିତ ଲୋକ ଜଣେ ଉଚ୍ଚ ଆସନରେ ବସିବାକୁ ସହ୍ୟ କରି ପାରୁ ନଥିବା କଂଗ୍ରେସ ଦଳ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରିଛି ବିଜେପି ଦଳ । ଏନେଇ ଅଧି ରଞ୍ଜନ ଚୌଧୁରୀଙ୍କ ବିରୋଧରେ ପ୍ରତିବାଦ ସଭା କରିବା ସହ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।

ରାଷ୍ଟ୍ରପତିଙ୍କ ନାମାଙ୍କନ ପତ୍ର ଦାଖଲ ହେବା ଦିନ ଠାରୁ ଏଭଳି ବୟାନ ବାଜି କଂଗ୍ରେସ ଦଳ କରି ଆସୁଥିବା ବେଳେ ସର୍ବୋଚ୍ଚ ପଦରେ ବସିଥିବା ଜଣେ ମହିଳାଙ୍କ ଚରିତ୍ର ସଂହାର କରିବାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି ନେତା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details