ନବରଙ୍ଗପୁର: ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଜିଲ୍ଲାର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ । କୋଷାଗୁମୁଡା ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଏହାସହ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ରିଲିଫ ସାମଗ୍ରୀ ପ୍ରଭାବିତ ଲୋକଙ୍କ ନିକଟରେ ଠିକ୍ରେ ପହଁଚୁଛି ନା ନାହିଁ ତାହାର ତଦାରଖ କରିଥିଲେ । ପ୍ରଭାବିତ ଲୋକଙ୍କ ସମସ୍ୟା ଗୁଡିକ ସମ୍ପର୍କରେ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରି ତାହାର ସମାଧାନ ନେଇ ପଦକ୍ଷେପ ନେବା ନେଇ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ।