BJPର ନବରଙ୍ଗପୁର ବନ୍ଦ ଡାକରା ନବରଙ୍ଗପୁର: ନଗରପାଳଙ୍କୁ ଦୁର୍ବ୍ୟବହାର ତାତି ଜୋର ଧରିଛି । ଏହାର ପ୍ରତିବାଦରେ ଆଜି (ମଙ୍ଗଳବାର) ସହର ସହ ପୌରପାଳିକା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ଜିଲ୍ଲା ବିଜେପି ( bjp calls nabarangpur bandh)। ଗତକାଲି (ସୋମବାର) ଜିଲ୍ଲାପରିଷଦ ଅଫିସରେ ତାଲା ପକାଇ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ବିଜେପି ନେତା ଓ କର୍ମୀ । ହେଲେ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ଆଜି ଏହି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି ।
ନଗରପାଳଙ୍କୁ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୁର୍ବବ୍ୟବହାର ପ୍ରତିବାଦରେ ମଙ୍ଗଳବାର ଜିଲ୍ଲା ବିଜେପି ପକ୍ଷରୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ କୌଣସି ସରକାରୀ କର୍ମଚାରୀ ଧାରଣା ସ୍ଥଳକୁ ନ ଆସିବାରୁ ଶେଷରେ ବିଜେପି କର୍ମକର୍ତାମାନେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ । ଶେଷରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା ।
ଏହା ବି ପଢନ୍ତୁ...16 ବର୍ଷରେ କମାଲ କରୁଛନ୍ତି ରାଜଲକ୍ଷ୍ମୀ, ବହୁମୁଖୀ ପ୍ରତିଭାରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ
ଥାନାରୁ ବାହାରିବା ପରେ ବିଜେପି ନେତୃ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ସହର ତଥା ପୌରପାଳିକା ଅଞ୍ଚଳକୁ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସକାଳ 6ରୁ ସନ୍ଧ୍ୟା 6 ଯାଏ ବନ୍ଦ ପାଳନ ହେବ । ଏହି ବନ୍ଦ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି । ସ୍ବାଭିମାନ ମାଟିରେ ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି । ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଜିଲ୍ଲା ବିଜେପି ।
ଏହା ବି ପଢନ୍ତୁ...ରୋଜଗାର ଦେଲା ପଲ୍ଲୀ ନର୍ସରୀ, ବଦଳିଲା ମହିଳାଙ୍କ ଜୀବନ ଶୈଳୀ
ସୂଚନାଅନୁସାରେ ରବିବାର ହକି ବିଶ୍ବକପ ଟ୍ରଫିର ସ୍ବାଗତ ଉତ୍ସବରେ ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ ଦୁର୍ବବ୍ୟହାର କରିଥିଲେ । ନଗରପାଳଙ୍କୁ କିଏ ବୋଲି ପ୍ରଶ୍ନ କରିବା ସହ ଚୌକିରେ ବସିବାକୁ ଦେଇନଥିଲେ । ଏହି ଘଟଣାକୁ ଜିଲ୍ଲା ବିଜେପି ଓ କର୍ମକର୍ତ୍ତାମାନେ ନିନ୍ଦା କରିଥିଲେ ।
ଇଟିଭି ଭାରତ, ନବରଙ୍ଗପୁର