ଓଡିଶା

odisha

ETV Bharat / state

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ପୀଡିତାଙ୍କୁ ଭେଟିଲେ ବିଜେପି ଓ କଂଗ୍ରେସ ନେତା - ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କଲେ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ

minor student rape case
minor student rape case

By ETV Bharat Odisha Team

Published : Nov 12, 2023, 10:34 AM IST

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା

ନବରଙ୍ଗପୁର: ରାଇଘର ବ୍ଲକର ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ପୀଡ଼ିତା ଓ ତାଙ୍କ ପରିବାକୁ ଭେଟିବା ପରେ ବିଜେପି ଓ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେବାକୁ କହିଲା କଂଗ୍ରେସ । ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

ଶନିବାର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନେତୃବୃନ୍ଦଙ୍କୁ ନେଇ ଏକ ତଥ୍ୟ ଅନୁଧ୍ୟାନ କମିଟି ଘଟଣାସ୍ଥଳ ପରିଦର୍ଶନ କରିଥିଲା । ଏଥିସହ ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟି ଆଲୋଚନା କରିଥିଲା । ଏହାପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ଭେଟି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲା କଂଗ୍ରେସ । ଏହି ସମ୍ବେଦନଶୀଳ ଘଟଣା ପରେ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ(DWO) ରବିନ୍ଦ୍ର ପଲକ କୌଣସି ପ୍ରତିକ୍ରିୟା ଦେଉ ନଥିବା ଏବଂ ଜିଲ୍ଲା ସଦର ମହକୁମାରେ ନଥିବା ବେଳେ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

ଏହାକୁ ଭିତ୍ତି କରି ଜିଲ୍ଲା କଂଗ୍ରେସ ସଭାପତି ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି DWOଙ୍କୁ ନିଲମ୍ବନ ଦାବି କରିଛନ୍ତି । ଏହି କମିଟିର ଅଧ୍ୟକ୍ଷ ବିଧାୟକ ତାରା ପ୍ରସାଦ ବାହିନୀପତି ଭାବେ ନେତୃତ୍ଵ ନେଇଥିବା ବେଳେ AICC ସଦସ୍ୟା ମନିସା ତ୍ରିପାଠୀ 311/A ଆଇନ ଅନୁଯାୟୀ ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ । ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ, DWOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ୧୫ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ନବରଙ୍ଗପୁର ବନ୍ଦ ଡାକରା ଚେତାବନୀ ଦେଇଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ-ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଆଜି ପୀଡିତାଙ୍କୁ ଭେଟିବେ ପିସିସି ସଭାପତି

ଅନ୍ୟ ପକ୍ଷରେ ବିଜେପିର ଏକ ପ୍ରତିନିଧି ଦଳ ପୂର୍ବତନ ସାଂସଦ ବଳଭଦ୍ର ମାଝିଙ୍କ ନେତୃତ୍ଵରେ ପୀଡ଼ିତା ଓ ତାଙ୍କ ବାପା ମାଆଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ଫାଶୀ ଦଣ୍ଡ ଓ ନୈତିକତା ଦୃଷ୍ଟିରୁ ମୂଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ସ୍ଥାଣୁ ପରି ବ୍ୟବହାର କରୁଛନ୍ତି । ଦୋଷୀ ଅଧିକାରୀଙ୍କୁ ଗୃହ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଇ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ନ୍ୟାୟ ତା ବାଟରେ ଜୀବ ବୋଲି କହିଦେଇ ଚୁପ ହୋଇ ବସିଛନ୍ତି ରାଜ୍ୟ ସରକାର । ଏ ରାଜ୍ୟ ସରକାରଙ୍କ ଅମଳରେ ରକ୍ଷକ ଭକ୍ଷକ ସାଜିଛନ୍ତି , ଓଡ଼ିଶା ବାସୀ ଏହାର ବିରୋଧ କରନ୍ତୁ ବୋଲି ବଳଭଦ୍ର ମାଝି କହିଛନ୍ତି । ନାରୀ ଜାତିର ସୁରକ୍ଷା ଓ ସମ୍ମାନ ପାଇଁ ଏଭଳି ଘଟଣାକୁ ନେଇ ଜନ ଆନ୍ଦୋଳନ ହେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କ ସତ ସାହସ ଥିଲେ ସେ ଏପରି ଘଟଣା ଗୁଡିକର ଦାୟିତ୍ୱକୁ ନେଇ ଇସ୍ତଫା ଦେବା ଉଚିତ ବୋଲି ସେ ଦାବି କରିଛନ୍ତି ।

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଗୁରୁତ୍ବର ସହକାରେ ବିଚାର କରି ପୀଡ଼ିତା ପରିବାରଙ୍କୁ 20ରୁ 24 ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି । ସରକାର ନୀରବ ନରହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଗ୍ରାମବାସୀ ଓ ଅଭିଭାବକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ କାହିଁକି ଚୁପ ଥିଲେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ଯଦି ପୀଡ଼ିତାଙ୍କୁ ନ୍ୟାୟ ନମିଳେ ତେବେ ବିଜେପି ଏହାକୁ ନେଇ ଜନ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି । ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ରାଇଘର ବ୍ଲକ୍‌ର ହାଟଭରଣ୍ଡି ବିଦ୍ୟାଳୟକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ । ବିଦ୍ୟାଳୟର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଗ୍ରାମବାସୀଙ୍କ ସହ ମଧ୍ୟ କଥାବାର୍ତ୍ତା କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ପୀଡ଼ିତ ପରିବାରଙ୍କୁ ଭେଟି ଆଲୋଚନା କରିଥିଲା । ପୀଡ଼ିତାର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପୀଡ଼ିତାର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡଃ କାହ୍ନୁ ଚରଣ ପାତ୍ର ସୂଚନା ଦେଇଛନ୍ତି । ଆଉ କିଛି ଦିନ ମଧ୍ୟରେ ସେ ସୁସ୍ଥ ହେବେ ତେଣୁ ଅଧିକ ଚିକିତ୍ସା ପାଇଁ ବାହାରକୁ ପଠାଇବାର ଆବଶ୍ୟକତା ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details