ଓଡିଶା

odisha

ETV Bharat / state

ବିଜେଡି ସାଙ୍ଗଠନିକ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ରମେଶ ମାଝୀ - ନବରଙ୍ଗପୁର ସାଂସଦ ରମେଶ ମାଝୀ

ନାମାଙ୍କନ ପତ୍ର ଦାଖଲ କଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସର ସଚି ନନ୍ଦନ ସ୍ବାଇଁଙ୍କ ନିକଟରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅଧିକ ପଢନ୍ତୁ....

ବିଜେଡି ସାଙ୍ଗଠନିକ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ରମେଶ ମାଝୀ
ବିଜେଡି ସାଙ୍ଗଠନିକ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ରମେଶ ମାଝୀ

By

Published : Feb 21, 2020, 5:22 PM IST

ନବରଙ୍ଗପୁର: ଜିଲ୍ଲା ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ। ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସର ସଚି ନନ୍ଦନ ସ୍ବାଇଁଙ୍କ ନିକଟରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ବିଜେଡି ସାଙ୍ଗଠନିକ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ରମେଶ ମାଝୀ

ତେବେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଥିଲା। ଶେଷ ଦିନ ସୁଦ୍ଧା ଜଣେ ମାତ୍ର ପ୍ରାର୍ଥୀ ଭାବେ ରମେଶ ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ରମେଶ ମାଝୀ ହିଁ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହେବେ । ଏହାପୂର୍ବରୁ ମଧ୍ୟ ୨୦୧୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ରମେଶ ମାଝୀ ଜିଲ୍ଲା ସଭାପତି ଭାବେ ରହିଥିଲେ । ଆଗକୁ ପୌର ନିର୍ବାଚନ ବର୍ତ୍ତମାନ ନବରଙ୍ଗପୁରର ଦୁଇଟି ପୌର ପରିଷଦ ନବରଙ୍ଗପୁର ଓ ଉମରକୋଟ ବିଜେଡି ଦଖଲରେ ରହିଛି । ସେହି ସ୍ଥିତିକୁ ବଜାୟ ରଖିବା ପାଇଁ ରମେଶଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିଛି ।

ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରନ୍ତି ତେବେ ସେ ନିଶ୍ଚୟ ସେହି ପୂର୍ବ ସ୍ଥିତିରେ ବିଜେଡି ରହିବ ଓ ଉଭୟ ନବରଙ୍ଗପୁର ଓ ଉମରକୋଟ ପୌର ପରିଷଦ ବିଜେଡି ଦଖଲ କରିବ ବୋଲି ପ୍ରକାଶ କରିଛନ୍ତି ରମେଶ ମାଝୀ।

ଏଠାରେ ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରହଲ୍ଲାଦ ତ୍ରିପାଠୀ ଜିଲ୍ଲା ସଭାପତି ଭାବେ କାର୍ଯ୍ୟରେ ରହିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details